ନନ୍ଦଲାଲଜୀଉ ମଠରେ ମୁରୁଜ ପ୍ରତିଯୋଗିତା
ଓଡ଼ିଶା ଲିଡ୍ସ(ଯାଜପୁର):ବରୀ ବ୍ଲକ ଭଅଁରା ଗ୍ରାମ ସ୍ଥିତ ନନ୍ଦଲାଲଜୀଉ ମଠ ପରିସରରେ କାର୍ତ୍ତିକ ମାସ ପଞ୍ଚୁକ ଅବସରରେ ଏକ ମୁରୁଜ ପ୍ରତିଯୋଗିତା ଆୟୋଜିତ ହୋଇ ଯାଇଛି । ଯୁବ ସାମ୍ବାଦିକ ବିଶ୍ୱଭୂଷଣ ଜେନାଙ୍କ ତତ୍ୱାବଧାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେlଇଥିଲା l ଗ୍ରାମର ଛୋଟ ଛୋଟ ପିଲାମାନେ ମୁରୁଜ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବିଭିନ୍ନ ସୁନ୍ଦରଚିତ୍ର ମାନ ଆଙ୍କିଥିଲେ l ପ୍ରତିଯୋଗିତାର ଶେଷରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ପ୍ରଫୁଲ କୁମାର ଜେନା, ଶିକ୍ଷକ ଶରତ ଚନ୍ଦ୍ର ଜେନା, ମଠାଧିସ ମହାରାଜ ରାମେଶ୍ୱର ଦାଶ ଯୋଗଦେଇ ମୁରୁଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ଗୀତାଞ୍ଜଳି ଓଝା, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବର୍ଷା ରାଣୀ ବେହେରା, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରିୟଙ୍କା ଜେନା ଓ ରୀତାଞ୍ଜଳି ଓଝାଙ୍କୁ ପୁରସ୍କୃତ ପ୍ରଦାନ କରିଥିବା ବେଳେ ଅନ୍ୟପ୍ରତି ଯୋଗୀ ମାନଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବେଦପ୍ରକାଶ ବାରିକ, ଶ୍ୱେତପଦ୍ମା ଜେନା, ସୁଶ୍ରୀ ସଂଗୀତା ଜେନା, ସୁପ୍ରଭା ଜେନା ପ୍ରମୁଖ ସହଯୋଗ କରିଥିଲେ l
The post ନନ୍ଦଲାଲଜୀଉ ମଠରେ ମୁରୁଜ ପ୍ରତିଯୋଗିତା appeared first on orissaleads.
News