ଓଡ଼ିଶା ଲିଡ୍ସରେ ଖବର ପ୍ରକାଶ ପରେ ପଦକ୍ଷେପ ନେଲା ପୂର୍ତ୍ତ ବିଭାଗ: ସମ୍ପୂର୍ଣ୍ଣ ପିଚୁ ବଦଳରେ ତାଳିପକା କାମ
ଓଡ଼ିଶା ଲିଡ୍ସ(ଯାଜପୁର): କୋଟି କୋଟି ଟଙ୍କାର କାମ ଆରମ୍ଭରୁ ନିମ୍ନ ମାନର । ପିଚୁ ପଡିବାର ଗୋଟିଏ ଦିନ ପରେ ପିଚୁ ଉଠିଗଲା । ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଲା । ଏ ନେଇ “ଓଡ଼ିଶା ଲିଡ୍ସ” ଖବର ପ୍ରସାରଣ କରିବାରୁ ଏବେ ଏହି ନିମ୍ନ ମାନର ପିଚୁକୁ ଆଉଥରେ ସମ୍ପୂର୍ଣ୍ଣ ପିଚୁ କରିବା ବଦଳରେ ତାଳି ପକାଇ ମରାମତି କରାଯାଇଛି । ଯାହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହେବା ସହିତ ବିଭାଗୀୟ ଅଧିକାରୀ ଓ ଠିକାଦାର ମଧୁଚନ୍ଦ୍ରିକା ଫଳରେ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀ ନିମ୍ନମାନର କାମ କରୁଥିବା ଠିକାଦାରଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି ।
ବରୀ ବ୍ଳକର ପ୍ରମୁଖ ରାସ୍ତା ବରୀ-ରାମଚନ୍ଦ୍ରପୁର ରାସ୍ତାର ବରୀ ମାଉଣ୍ଡ ଠାରୁ ଦରଘା ପର୍ଯ୍ୟନ୍ତ ରାସ୍ତା ନିକଟରେ ପିଚୁ ହୋଇଥିଲା । ହେଲେ ବିଭାଗୀୟ ଅଧିକାରୀଙ୍କ ବିନା ଉପସ୍ଥିତିରେ ରାତିରେ ହୋଇଥିବା ପିଚୁରୁ ବରୀ ମାଉଣ୍ଡ ଠାରୁ କୃପାସିନ୍ଧୁ ବିଦ୍ୟାଭବନ ପର୍ଯ୍ୟନ୍ତ ପିଚୁ ସକାଳୁ ଉଠି ଯାଇଥିବା ଦେଖିବାକୁ ମିଳିଥିଲା । ଗାଡି ଗଲା ବେଳେ ମଧ୍ୟ ପିଚୁ ଉଠି ଯାଉଥିଲା । ଖବର ପ୍ରସାରଣ ପରେ ଆଜି ଏହାକୁ ସମ୍ପୃକ୍ତ ଠିକାଦାର ତାଳି ପକାଇ କାମ ସାରି ଦେଇଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ବେଳେ ରାସ୍ତାର ଏହି ଅଂଶକୁ ନୂତନ ଭାବେ ସମ୍ପୂର୍ଣ୍ଣ ପିଚୁ କରିବାକୁ ଦାବି ହୋଇଛି । ଏ ନେଇ ବିଭାଗୀୟ ଅଧିକାରୀ କି ପଦକ୍ଷେପ ନେଉଛନ୍ତି ତାକୁ ଅପେକ୍ଷା ।
The post ଓଡ଼ିଶା ଲିଡ୍ସରେ ଖବର ପ୍ରକାଶ ପରେ ପଦକ୍ଷେପ ନେଲା ପୂର୍ତ୍ତ ବିଭାଗ: ସମ୍ପୂର୍ଣ୍ଣ ପିଚୁ ବଦଳରେ ତାଳିପକା କାମ appeared first on orissaleads.
News