ବ୍ୟବସାୟୀଙ୍କ କବଳରେ ରାସ୍ତା, ଚିନ୍ତା ବଢ଼ାଉଛି ଟ୍ରାଫିକ ସମସ୍ୟା

ଓଡ଼ିଶା ଲିଡ୍ସ(ଯାଜପୁର): ଜିଲ୍ଲାର ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା କୁଆଖିଆ-ଯାଜପୁର ରାସ୍ତା । ଏହି ରାସ୍ତାର ବୁଢା ପୋଲ ଛକରେ ସବୁ ସମୟରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିକୁଛି । ଟ୍ରାଫିକ ସମସ୍ୟା କାରଣରୁ ଏହି ଛକରେ ବହୁ ସମୟରେ ଗାଡି ଅଟକି ରହୁଛି । ବିଭିନ୍ନ ସମୟରେ ଆମ୍ବୁଲାନ୍ସ ମଧ୍ୟ ଅଟକି ରହୁଥିବା ଦେଖିବାକୁ ମିଳିଥାଏ । ଏହି ଛକର ଉଭୟ ପଟରେ ଦୋକାନ ମାନ ରହିଛି । ବିଶେଷ କରି ଏହି ଛକରେ ଅଧିକ ପରିମାଣର ପରିବା ଦୋକାନ ରହିଛି । ପରିବା ବ୍ୟବସାୟୀ ମାନେ ରାସ୍ତାକୁ ଜବର ଦଖଲ କରି ପରିବା ବିକ୍ରି କରୁଛନ୍ତି । ଯେଉଁ ମାନେ ପରିବା ନେଉଛନ୍ତି ରାସ୍ତା ଉପରେ କାର, ବାଇକ ରଖି ପରିବା କିଣୁଛନ୍ତି । ଯାହା ଟ୍ରାଫିକ ସମସ୍ୟା ସୃଷ୍ଟି ହେବାର ପ୍ରମୁଖ କାରଣ ହୋଇଛି । ଏହି ରାସ୍ତା ଦେଇ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଗତାଗତ କରୁଥିଲା ବେଳେ ଏହା ତାଙ୍କ ନଜରକୁ କିଭଳି ଆସୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

The post ବ୍ୟବସାୟୀଙ୍କ କବଳରେ ରାସ୍ତା, ଚିନ୍ତା ବଢ଼ାଉଛି ଟ୍ରାଫିକ ସମସ୍ୟା appeared first on orissaleads.

News