ବରୀରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା
ଓଡ଼ିଶା ଲିଡ୍ସ(ଯାଜପୁର): ବରୀରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଶୁକ୍ରବାର ଆୟୋଜିତ ହୋଇଯାଇଛି । ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ନିକଟ ପଡିଆ ଠାରେ ଏହା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯାଜପୁର ସାଂସଦ ଡ଼ଃ ରବିନ୍ଦ୍ର ନାରାୟଣ ବେହେରା ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନାକୁ ସଫଳ ରୂପାୟନ ପାଇଁ ସମସ୍ତେ ମିଳିମିଶି କାମ କଲେ ବରୀର ବିକାଶ ସମ୍ଭବ ହୋଇପାରିବ ବୋଲି ମତ ରଖିଥିଲେ। ସମ୍ମାନିତ ଅତିଥିଭାବେ ବରୀ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ମେଳାରେ ସୀମିତ ନ ରଖି ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ଦ୍ୱାରା ଗାଁ କୁ ଯାଇ କୃଷକ ମାନଙ୍କୁ ସଚେତନ କରିବା ସହିତ ଯୋଜନାର ଉପକାରିତା ବିଷୟରେ ଅବଗତ କରାଇ ପାରିଲେ ତାହା କୃଷକ ମାନଙ୍କ ପାଇଁ ଫଳପ୍ରଦ ହୋଇ ପାରିବ ବୋଲି ମତ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସରକାରୀ ଯୋଜନାରେ ସାମିଲ ହୋଇ ସଫଳତା ପାଇଥିବା କୃଷକ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କୁ ଆର୍ଥିକ ଅନୁଦାନ ସହିତ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ସୁବ୍ରତ ମହାପାତ୍ର, ସହକାରୀ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ରଞ୍ଜିତ ସାହୁ, ଜିଲ୍ଲା ମତ୍ସ୍ୟ ଚିକିତ୍ସା ଅଧିକାରିଣୀ ରଞ୍ଜିତା ବେହେରା, ବୃତ ବିଡ଼ିଓ ଅସିତ କୁମାର ମହାନ୍ତି, ବରୀ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଭକ୍ତ ଚରଣ ସେଠୀ, ବ୍ଲକ ଉପାଧ୍ୟକ୍ଷା ଅର୍ଚ୍ଚନା ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ ମହାନ୍ତି, ସନ୍ତୋଷ ସାମଲ, ଅଶୋକ ସାମଲ, ଅଲିପୁର ସରପଞ୍ଚ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ମେଳାରେ ବରୀ ବ୍ଲକ ର ୨୯ ଗୋଟି ପଞ୍ଚାୟତ ଶତାଧିକ କୃଷକ ଯୋଗଦାନ କରିଥିଲେ ।
ଯୋଗଦେଲେ ନାହିଁ ବ୍ଲକ ଅଧ୍ୟକ୍ଷ
ଆଜିର ଏହି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି ଯୋଗଦେଇ ନଥିବା ଦେଖିବାକୁ ମିଳିଥିଲା । ନିକଟରେ ସେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ । ଆଜି ଏହି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ନିଜେ ବ୍ଳକର ଅଧ୍ୟକ୍ଷ ହୋଇ ଯୋଗ ନଦେବା ଚର୍ଚ୍ଚାର ବିଷୟ ହୋଇଛି । ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକଙ୍କ ହାତ ଛାଡି ଉମେଶଙ୍କ ହାତ ଧରିବା ଓ ଆଜି ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଫଳରେ ଅଶୋକ କାର୍ଯ୍ୟକ୍ରମରୁ ଦୂରେଇ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
The post ବରୀରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା appeared first on orissaleads.
News