ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ !
ଓଡ଼ିଶା ଲିଡ୍ସ(ଯାଜପୁର): ବିଭିନ୍ନ ସ୍ଥାନରେ ଜବର ଦଖଲ କାରଣରୁ ଗୁରୁତର ଟ୍ରାଫିକ ସମସ୍ୟା ଦେଖା ଦେଉଛି । ଟ୍ରାଫିକ ସମସ୍ୟା କାରଣରୁ ବିଭିନ୍ନ ସମୟରେ ବହୁ ସଂଖ୍ୟାରେ ଗାଡି ରାସ୍ତାରେ ଅଟକି ରହୁଥିଲା ବେଳେ ଦୁର୍ଘଟଣା ମଧ୍ୟ ଘଟୁଛି । ଟ୍ରାଫିକ ସମସ୍ୟା କାରଣରୁ ଗୁରୁତର ରୋଗୀ ନେଇ ମେଡ଼ିକାଲ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଅଟକି ରହୁଛି । ହେଲେ ଏ ନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇ ଜବର ଦଖଲ ଉଚ୍ଛେଦ କରିବା ବଦଳରେ ନିରବ ରହୁଛି । ଫଳରେ ଦିନକୁ ଦିନ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଜବର ଦଖଲ ବଢି ବଢି ଚାଲିଛି । ଯେଉଁ ସ୍ଥାନକୁ ପ୍ରଶାସନ ବିଗତ ଦିନରେ ଜବର ଦଖଲ ଉଚ୍ଛେଦ କରିଥିଲା ସେହି ସ୍ଥାନ ସବୁ ପୁଣି ଜବର ଦଖଲ ହୋଇ ସାରିଲାଣି । କେବଳ ସେତିକି ନୁହେଁ ରାସ୍ତା ଉପର ପର୍ଯ୍ୟନ୍ତ ଜବର ଦଖଲକାରୀ ମାଡି ଆସିଲେଣି ।
ବରୁଆଁ ଠାରୁ ବରୀ ମାଉଣ୍ଡ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ଛକ ସ୍ଥାନ ଜବର ଦଖଲକାରୀ କବଳିତ କରି ରଖିଛନ୍ତି । ବରୁଆଁ, ସୁଜନପୁର, ସହାସପୁର ଶିବାଛକ, ବାଲିଆପାଳ, ସନ୍ଥନ ଛକ ସହିତ ବରୀ ବ୍ଳକର ପ୍ରମୁଖ ଛକ ବରୀ ମାଉଣ୍ଡ ଏବେ ସମ୍ପୂର୍ଣ୍ଣ ଜବର ଦଖଲକାରୀଙ୍କ କବଳରେ ରହୁଛି । ହେଲେ ପ୍ରଶାସନ ଏ ନେଇ କାହିଁକି ପଦକ୍ଷେପ ନେଉ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁ ନେଇ କିଛି ବୁଦ୍ଧିଜୀବି କହିଛନ୍ତି ଜବର ଦଖଲକାରୀଙ୍କୁ ପ୍ରଶାସନ ଭୟ କରୁଛି । ନହେଲେ କାହିଁକି ଜବର ଦଖଲ ଉଚ୍ଛେଦ ହେଉନାହିଁ ।
The post ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ ! appeared first on orissaleads.
News