ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ହେଲେ ସୁଚିସ୍ମିତା
ଓଡ଼ିଶା ଲିଡ୍ସ(ଯାଜପୁର): ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସୁଚିସ୍ମିତା ଦାସ । ସୁଚିସ୍ମିତା କ୍ଷେତ୍ରପାଳ ପଞ୍ଚାୟତର ସମିତିସଭ୍ୟା ଅଛନ୍ତି । ପ୍ରାର୍ଥୀପତ୍ର ଦାଖଲର ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ ନକରିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସୁଚିସ୍ମିତା । ପୂର୍ବରୁ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ଥିବା ପ୍ରଭାତ ବଳବନ୍ତ ରାୟଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା ବେଳେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ ।
The post ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ହେଲେ ସୁଚିସ୍ମିତା appeared first on orissaleads.
News