କ୍ରସର ମାଲିକଙ୍କ ବର୍ବର କାଣ୍ଡ, ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ

ଓଡ଼ିଶା ଲିଡ୍ସ(ଯାଜପୁର): ରାହଡ଼ପୁର ଠାରେ ଏକ କ୍ରସରରେ କାର୍ଯ୍ୟରତ ଜଣେ ଯୁବକଙ୍କୁ ଗତ ଚାରି ଦିନ ତଳେ ଅତି ବର୍ବର ଭାବେ ମାଡ଼ ମରାଯାଇଥିଲା । ଯୁବକ ଜଣକ ଗୁରୁତର ସବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଥିଲା ବେଳେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ମୃତ ଯୁବକ ଜଣକ ଉକ୍ତ କ୍ରସରରେ କାର୍ଯ୍ୟ କରୁଥିଲା ବେଳେ ମାଲିକଙ୍କ ୭୫ଲକ୍ଷ ଟଙ୍କା ହେର ଫେର କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ତାଙ୍କୁ ନିର୍ଧୁମ ମାଡ଼ ମରାଯାଇଥିଲା । ମୃତ୍ୟୁ ପରେ ଥାନାରେ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ ଦୁଇଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ସୂଚନା ମିଳିଛି । ତେବେ ମାଲିକ ଜଣଙ୍କ ଟଙ୍କା ହେର ଫେରକୁ ନେଇ ଥାନାରେ ମାମଲା ଦାୟର ନକରି କିଭଳି ଭାବେ ଏଭଳି ବର୍ବର କାଣ୍ଡ ଘଟାଇଲେ ତାହା ଚିନ୍ତାର ବିଷୟ ହୋଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯିବା ସହିତ ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

The post କ୍ରସର ମାଲିକଙ୍କ ବର୍ବର କାଣ୍ଡ, ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ appeared first on orissaleads.

News