ବାଲିଆ ଜାଗୁଳାଇ ମନ୍ଦିରରେ ପୂଜାର୍ଚ୍ଚନା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବରୀ ଗସ୍ତ କରିଥିଲେ । ବରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବାଲିଆ ସ୍ଥିତ ପ୍ରସିଦ୍ଧ ଜାଗୁଳାଇ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ସାଂସଦ ରବୀନ୍ଦ୍ର ବେହେରା, ଯାଜପୁର ଜିଲ୍ଲା ବିଜେପି ସମ୍ପାଦକ ସୁରଜ ଲାଲ ସାମଲ, ବରୀ ବିଜେପି ନେତା ଉମେଶ ଜେନା ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ । ମନ୍ତ୍ରୀଙ୍କୁ ବରୀ ବ୍ଳକର ବିଭିନ୍ନ ସ୍ଥାନରେ ଉତ୍ସସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

The post ବାଲିଆ ଜାଗୁଳାଇ ମନ୍ଦିରରେ ପୂଜାର୍ଚ୍ଚନା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ appeared first on orissaleads.

News