ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ମାତ୍ର ୩ ଘଣ୍ଟା ତିଷ୍ଠିବା ପରେ ଭାଙ୍ଗିଯାଇଛି । ପାକିସ୍ତାନ ଭାରତ ଉପରେ ଡ୍ରୋନ ଆକ୍ରମଣ କରିଛି । ଅପରପକ୍ଷେ ତିନିଦିନ ହେଲା ଚୁପ ବସିଥିବା ଚୀନ ଖୋଲାଖୋଲି ପାକିସ୍ତାନ ସପକ୍ଷରେ ଯୁକ୍ତି ଆରମ୍ଭ କରିଛି । ଚୀନ କହିଛି ସେ ପାକିସ୍ତାନର ସାର୍ବଭୌମତ୍ବ ଓ ଅଖଣ୍ଡତା ପଛରେ ଛିଡା ହୋଇଛି । ପାକିସ୍ତାନର ଅଖଣ୍ଡତା ରକ୍ଷା ପାଇଁ ପାକିସ୍ତାନକୁ ସବୁ ପ୍ରକାରର ସହାୟତା ପ୍ରଦାନ କରାଯିବ ବୋଲି ମଧ୍ୟ କହିଛି ଚୀନ ।

ଚୀନର ସମର୍ଥନ ପାଇ ପୁଣି ଥରେ ସକ୍ରିୟ ହୋଇଛି ପାକିସ୍ତାନ । ତେବେ ଚୀନ ସମର୍ଥନ ପାଇ ପାକିସ୍ତାନ ଦୋମୁହାଁ ନୀତି ଦେଖାଇ ଥିବାରୁ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି କଥା ସେ ଘୋଷଣା କରି କ୍ରେଡିଟ ନେବାକୁ ଚେଷ୍ଟା କରିଥିଲେ । ଏବେ ପାକିସ୍ତାନ ତାଙ୍କ ସହ ହିଁ ବିଶ୍ବାସ ଘାତକତା କରିଛି ।

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପରେ ଯୁଦ୍ଧ ପରିସ୍ଥିତି ଜଟିଳ ହେବା ଆଶଙ୍କା ସୃଷ୍ଟି ହୋଇଛ । ସେପଟେ ଏହି ପ୍ରସଙ୍ଗରେ ଆମେରିକା କି ଆଭିମୁଖ୍ୟ ଗ୍ରହଣ କରୁଛି ତାକୁ ଉତ୍ସୁକତାର ସହିତ ଅପେକ୍ଷା କରାଯାଇଛି ।

The post ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ ! appeared first on orissaleads.

News