ଛତିଆରେ ବିସ୍ପୋରଣ, ଦୁଇ ମୃତ, ଜଣେ ଆହତ

ଓଡ଼ିଶା ଲିଡ୍ସ(ଯାଜପୁର): ଛତିଆ ଛକରେ ଭୟଙ୍କର ବିସ୍ପୋରଣ ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣା ଯାଇଛି । ବିସ୍ପୋରଣ ଏତେ ଶକ୍ତିଶାଳୀ ଥିଲା ଯେ ମୃତ ଦେହ ଗୁଡିକ ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ ସ୍ଥାନରେ ଛିଟିକି ପଡିଛି । ସୂଚନା ଅନୁଯାୟୀ ଏକ କଳା ପଲସର ବାଇକରେ ଦୁଇଜଣ କିଛି ବିସ୍ପୋରକ ଧରି ଛିଡା ହୋଇଥିଲା ବେଳେ ଭୟଙ୍କର ବିସ୍ପୋରଣ ହୋଇଥିଲା ।ବାଇକଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଅନ୍ୟ କିଛି ବାଇକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ସମୟରେ ନିକଟରେ ଥିବା ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଛତିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପୋଲିସ ଗାଡ଼ିରେ ବଡ଼ଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ବିସ୍ପୋରଣର ତୀବ୍ରତା ଏଭଳି ହୋଇଛି ବିସ୍ପୋରଣ ସ୍ଥଳରୁ ପ୍ରାୟ ୨୦ ଫୁଟ ଦୂରରେ ମୃତଦେହ ଖଣ୍ଡ ଖଣ୍ଡ ହୋଇ ପଡିଛି । କିଛି ମାଂସ ଖଣ୍ଡ ଓଭର ବ୍ରିଜ ବାଡା ରେ ପଡିଥିବା ଦେଖାଯାଇଛି । ଘଟଣା ସ୍ଥଳରେ ଶହ ଶହ ସଂଖ୍ୟାରେ ଲୋକ ଭିଡ଼ କରିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ଅଛି । କିଏ କେଉଁ ଉଦ୍ଦେଶ୍ୟରେ ବିସ୍ପୋରକ କେଉଁ ଠାକୁ ନେଉଥିଲା ସେ ନେଇ ବିଭିନ୍ନ ଆଲୋଚନା ହେଉଥିଲା ବେଳେ ଆଗକୁ ଏହା ସ୍ପଷ୍ଟ ହେବ ।

The post ଛତିଆରେ ବିସ୍ପୋରଣ, ଦୁଇ ମୃତ, ଜଣେ ଆହତ appeared first on orissaleads.

News