“ଅପରେସନ ସିନ୍ଦୂର”ର ସଫଳତା ପରେ, ଭାରତ ଠାରୁ ଯୁଦ୍ଧାସ୍ତ୍ର କିଣିବାକୁ ୧୭ ଦେଶ ଆଗ୍ରହୀ, ବ୍ରହ୍ମୋସର ଡିମାଣ୍ଡ ସର୍ବାଧିକ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ପାକିସ୍ତାନ ବିରୁଦ୍ଧରେ ଅପରେସନ୍ ସିନ୍ଦୂର ଜରିଆରେ ପ୍ରଚଣ୍ଡ ଆକ୍ରମଣ କରି ନିଜ ପରାକ୍ରମ ସାରା ବିଶ୍ୱକୁ ଦେଖାଇଛି ଭାରତ । ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଯୁଦ୍ଧାସ୍ତ୍ର ଦ୍ୱରା ପାକିସ୍ତାନ ଉପରେ ଆକ୍ରମଣ କରି ପାକିସ୍ତାନର ବ୍ୟାପକ କ୍ଷତି କରିଛି ଭାରତ । ଭାରତର ଏହି ସଫଳ ଆକ୍ରମଣ କୁ ଦେଖି ବିଶ୍ୱର ୧୭ ଟି ଦେଶ ଏବେ ଭାରତ ଠାରୁ ଯୁଦ୍ଧାସ୍ତ୍ର କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ସବୁ ଦେଶ ବ୍ରହ୍ମୋସ କ୍ଷେପଣାସ୍ତ୍ର ନେବାକୁ ବେଶି ଇଚ୍ଛା ପ୍ରକାଶ କରିଛନ୍ତି । ଭାରତ ପାକିସ୍ତାନ ଯୁଦ୍ଧ ପରେ ଭାରତ ପ୍ରସ୍ତୁତ ଯୁଦ୍ଧାସ୍ତ୍ର ର ଚାହିଦା ବିଶ୍ୱ ବଜାରରେ ଢେର ବୃଦ୍ଧି ପାଇଛି । ୨୦୨୪-୨୫ ବର୍ଷରେ ଭାରତର ଯୁଦ୍ଧାସ୍ତ୍ର ରପ୍ତାନି ରେକର୍ଡ ୨୩ ହଜାର ୬୨୨ କୋଟି ଟଙ୍କାରେ ପହଞ୍ଚି ଯାଇଛି। ବଢୁଥିବା ଚାହିଦାକୁ ନଜର ଦେଲେ ଆଗାମି ୨୦୨୯ ସୁଦ୍ଧା ଯୁଦ୍ଧାସ୍ତ୍ର ରପ୍ତାନୀ ୫୦ ହଜାର କୋଟି ଟଙ୍କା ପାର ହେବାର ସମ୍ଭାବନା ବୃଦ୍ଧି ପାଇଛି । ଆମ ସ୍ବଦେଶୀ ଯୁଦ୍ଧାସ୍ତ୍ରର ଲକ୍ଷ୍ୟଭେଦ ଓ ଭୀଷଣ ତାଣ୍ଡବକୁ ଦେଖି ବିଶ୍ବ ତାଯୁବ ହୋଇ ଯାଇଛି । ଭାରତ ନିର୍ମିତ ଯୁଦ୍ଧାସ୍ତ୍ରର ପରାକ୍ରମ ଆଗରେ ବିଭିନ୍ନ ଦେଶର ଯୁଦ୍ଧାସ୍ତ୍ର ସବୁ ଫେଲ ମାରି ଯାଇଛନ୍ତି । ବିଶେଷ କରି ଚୀନ ନିର୍ମିତ ଯୁଦ୍ଧାସ୍ତ୍ର ଭାରତ ଯୁଦ୍ଧାସ୍ତ୍ର ଆଗରେ ତିଷ୍ଠି ପାରିନଥିବା ଦେଖିବାକୁ ମିଳିଛି । ଫଳରେ ବିଶ୍ୱ ବଜାରରେ ଚୀନ ନିର୍ମିତ ଯୁଦ୍ଧାସ୍ତ୍ରର ଚାହିଦା ବେଶ କମି ଯାଇଛି । ଯାହା ଚୀନ କୁ ଚିନ୍ତାରେ ପକାଇଛି ।
The post “ଅପରେସନ ସିନ୍ଦୂର”ର ସଫଳତା ପରେ, ଭାରତ ଠାରୁ ଯୁଦ୍ଧାସ୍ତ୍ର କିଣିବାକୁ ୧୭ ଦେଶ ଆଗ୍ରହୀ, ବ୍ରହ୍ମୋସର ଡିମାଣ୍ଡ ସର୍ବାଧିକ appeared first on orissaleads.
News