ସ୍ଵଛ ଭାରତର ନମୁନା ସାଜିଛି ଏଟିଏମ

ଓଡ଼ିଶା ଲିଡ୍ସ(ଯାଜପୁର): ସରକାର ସ୍ଵଛତାକୁ ଗୁରୁତ୍ୱ ଦେଉଥିଲା ବେଳେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ବିଭିନ୍ନ ବ୍ୟାଙ୍କର ଏଟିଏମ କାଉଣ୍ଟର ଗୁଡିକ ସ୍ଵଛତାର ନମୁନା ପାଲଟିଛି । ଏଟିଏମ ବ୍ୟବହାର କରୁଥିବା ଗ୍ରାହକଙ୍କ ନିକଟରୁ ବ୍ୟାଙ୍କ ଅର୍ଥ କାଟି ନେଉଥିଲା ବେଳେ ଏଟିଏମ ଗୁଡିକର ସ୍ଵଛତା ପ୍ରତି ବ୍ୟାଙ୍କ କର୍ତ୍ତୁରପକ୍ଷ ନଜର ନ ଦେବା ଆଲୋଚନାର ବିଷୟ ହୋଇଛି । ଯାଜପୁର ସହର ସନ୍ନିକଟ ଲଳିତେଶ୍ୱର ନଗର ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଏଟିଏମ ଅଳିଆ ଆବର୍ଜନାରେ ପୂର୍ଣ୍ଣ ହୋଇଥିଲା ବେଳେ ଏହାକୁ ସଫା କରାଯାଉନାହିଁ । ଏହା ସହିତ ଏହି କାଉଣ୍ଟରରେ ଲାଗିଥିବା ଏସି ଆଜକୁ ଦୀର୍ଘ ଦିନ ହେଲା ଖରାପ ହୋଇ ପଡ଼ିଥିଲା ବେଳେ ଏହାକୁ ମରାମତି ମଧ୍ୟ କରାଯାଉନାହିଁ ।

The post ସ୍ଵଛ ଭାରତର ନମୁନା ସାଜିଛି ଏଟିଏମ appeared first on orissaleads.

News