ଆହତ ରୋହିତଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ( ଯାଜପୁର): ଗତକାଲି ସୁକିନ୍ଦାରେ ସାମ୍ବାଦିକ ରୋହିତ ଖୁଣ୍ଟିଆଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇ ତାଙ୍କୁ ଅପହରଣ କରାଯାଇଥିଲା । ଏହାର ଦୀର୍ଘ ସମୟ ପରେ ତାଙ୍କୁ ଲହୁ ଲୁହାଣ କରି ରାସ୍ତା ଉପରେ ପକାଇ ଦିଆଯାଇଥିଲା । ଦାନଗଦି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆଜି କଟକ ସ୍ଥାନାନ୍ତର କରାଯାଇଛି । କଟକରେ ପହଞ୍ଚି ରୋହିତଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିବା ସହିତ ଡାକ୍ତର ମାନଙ୍କ ସହିତ ତାଙ୍କ ଚିକିତ୍ସା ବିଷୟରେ ଆଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଏହା ସହିତ ତାଙ୍କ ଉପରେ ହୋଇଥିବା ବର୍ବରୋଚିତ ଆକ୍ରମଣକୁ ଦୃଡ଼ ନିନ୍ଦା କରିଛନ୍ତି ଇଂ ଘଡାଇ ।

The post ଆହତ ରୋହିତଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ appeared first on orissaleads.

News