୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ,ଆଟେଣ୍ଡାଣ୍ଟ ଅଚ୍ୟୁତାନନ୍ଦ ବାରିକଙ୍କ ମୃତ୍ୟୁ

ଓଡ଼ିଶା ଲିଡ୍ସ(ଯାଜପୁର): କଟକରୁ ରୋଗୀ ଛାଡି ଫେରୁଥିଲା ବେଳେ ଗତ କାଲି ବିଳମ୍ବିତ ରାତିରେ ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ରଥିଆ ନିକଟରେ ଦଶରଥପୁର ବ୍ଲକର ୧୦୮ ଆମ୍ବୁଲାନସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଆଟେଣ୍ଡାଣ୍ଟ ଅଚ୍ୟୁତାନନ୍ଦ ବାରିକଙ୍କ ମୃତ୍ୟୁ ହୋଇଯାଇଥିଲା । ତାଙ୍କ ଘର ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ବଉଳାଙ୍ଗ ମଧୁପୁର ଅଞ୍ଚଳରେ ।ଗତକାଲି ତାଙ୍କ ମୃତଦେହକୁ ଧର୍ମଶାଳା ଚିକିତ୍ସାଳୟରେ ରଖା ଯାଇଥିଲା ବେଳେ ଆହତ ଡ୍ରାଇଭର କୈଳାସ ପଣ୍ଡା ଏବଂ ଆଶିଷ କୁମାର ପାତ୍ର ଆହତ ହୋଇ କଟକ ବଡ ମେଡିକାଲ ସ୍ଥାନାନ୍ତର ହୋଇଥିଲେ ।

ଆଜି ଧର୍ମଶାଳା ମେଡିକାଲରେ ଅଚ୍ୟୁତଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହ ମଧୁପୁର ଗ୍ରାମକୁ ଆଣାଯାଇଥିଲା । ସେଠାରେ ଶୋକାକୁଳ ପରିବେଶରେ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଶେଷକୃତ୍ୟ ସମୟରେ ଯାଜପୁର ଜିଲ୍ଲା ୧୦୮ ଆମ୍ବୁଲାନ୍ସ ସଂଘର ପୂର୍ବତନ ସଭାପତି ମାନସ ରଞ୍ଜନ ତ୍ରିପାଠୀ, ସମ୍ପାଦକ କାହ୍ନୁ ଚରଣ ପଣ୍ଡା, ସଦସ୍ୟ ଜ୍ଞାନ ରଞ୍ଜନ ମଲ୍ଲିକ, ସାରଦା ମହାରଣା, ଅମିୟ ଜେନା, ପ୍ରଶାନ୍ତ ସାମଲ, ଶୁଭ୍ରାଂଶୁ ମଲ୍ଲିକ, ପ୍ରଦୀପ ମଲ୍ଲିକ, ବଳରାମ ବେହେରା, ଭବାନନ୍ଦ ମିଶ୍ର, କାହ୍ନୁ ଚରଣ ପଣ୍ଡା, ଶିବ ପ୍ରସାଦ ଦାସ, ସୌଭାଗ୍ୟ ଦାସ, ଉତ୍ସବ ପାତ୍ର, ସ୍ମୃତି ସୌରଭ ଓ କ୍ଲଷ୍ଟର ଲିଡର ସୌମ୍ୟ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

The post ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ,ଆଟେଣ୍ଡାଣ୍ଟ ଅଚ୍ୟୁତାନନ୍ଦ ବାରିକଙ୍କ ମୃତ୍ୟୁ appeared first on orissaleads.

News