ରାଜ୍ୟକୁ ଗର୍ବିତ କରିଛନ୍ତି ଅନିମେଶ-ଇଂ ପ୍ରୀତିରଞ୍ଜନ ଘଡାଇ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଓଡ଼ିଆ ଆଥଲେଟ ଅନିମେଶ କୁଜୁର ଦକ୍ଷିଣ କୋରିଆ ଗୁମି ଠାରେ ଆୟୋଜିତ ହେଉଥିବା ଏସିଆନ ଆଥେଲେଟିକ ଚମ୍ପିୟାନସିପ ୨୦୨୫ ରେ ଦ୍ଵିତୀୟ ଭାରତୀୟ ଭାବେ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ଏହା ସହିତ ସେ ୨୦୦ ମିଟର ଦୌଡ଼ରେ ଜାତୀୟ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ତାଙ୍କର ଏହି ସଫଳତାକୁ ନେଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଗକୁ ସେ ଦେଶ ଓ ରାଜ୍ୟ ପାଇଁ ଅଧିକ ଗୌରବ ଆଣିବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ତାଙ୍କର ଏହି ସଫଳତା ସମସ୍ତ ଓଡ଼ିଆଙ୍କୁ ଗର୍ବିତ କରିଛି ବୋଲି ମଧ୍ୟ କହିଛନ୍ତି ଇଂ ଘଡାଇ ।

The post ରାଜ୍ୟକୁ ଗର୍ବିତ କରିଛନ୍ତି ଅନିମେଶ-ଇଂ ପ୍ରୀତିରଞ୍ଜନ ଘଡାଇ appeared first on orissaleads.

News