କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ପାଇଲଟଙ୍କ ସମେତ ୭ ମୃତ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗୁଜୁରାଟ ଅହମ୍ମଦାବାଦ ବିମାନ ଦୁର୍ଘଟଣା ଘଟଣା ମନରୁ ନ ଲିଭୁଣୁ କେଦାରନାଥରେ ଏକ ଯାତ୍ରୀବାହି ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣା ଯାଇଛି । ଏହି ଦୁର୍ଘଟଣାରେ ହେଲିକପ୍ଟର ପାଇଲଟଙ୍କ ସମେତ ୭ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ଡେରାଡୁନରୁ କେଦାରନାଥ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଛି । ପାଗ ଖରାପ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଭାବେ ଜଣା ଯାଇଛି । ଗୌରୀକୁଣ୍ଡ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ବେଳେ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ଆରମ୍ଭ କରିଛନ୍ତି ।

The post କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ପାଇଲଟଙ୍କ ସମେତ ୭ ମୃତ appeared first on orissaleads.

News