ମମତାର ବନ୍ଧନରେ ବନ୍ଧା ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଡାଇରିଆ ରୋଗ ଏବେ ପ୍ରାଣଘାତୀ ସାଜିଛି । ଦୁଇଟି ବ୍ଲକ ଦାନଗଦି ଓ ସୁକିନ୍ଦାରେ ବହୁ ସଂଖ୍ୟାରେ ରୋଗୀ ରୋଗରେ ପୀଡିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆଉ ଏଭଳି ବିପଦ ସମୟରେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ନିଜ ନିର୍ବାଚନ ମଣ୍ଡଳୀରେ ଘୁରି ବୁଲୁଛନ୍ତି । କେତେବେଳେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଘରେ ପହଞ୍ଚି ସମବେଦନା ଜଣାଇ କ୍ରିୟା କର୍ମର ବ୍ୟବସ୍ଥା କରୁଛନ୍ତି ତ ଆଉ କେତେବେଳେ ମେଡିକାଲରେ ପହଞ୍ଚି ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି । କେହି ଯେମିତି ଚିକିତ୍ସା ସେବା ପାଇବାରୁ ବଞ୍ଚିତ ନହୁଏ ସେ ନେଇ ଡାକ୍ତର ଓ ବିଭିନ୍ନ ଅଧିକାରୀଙ୍କ ସହିତ ଆଲୋଚନା କରୁଛନ୍ତି । ଏହା ବାଦ ଗାଁ କୁ ଗାଁ ବୁଲି ସତର୍କ ହେବାକୁ ପରାମର୍ଶ ଦେଉଛନ୍ତି । ଆପଣାର ଲୋକଙ୍କ ପାଇଁ ଦିନ ରାତି ଏକ କରି ଦେଇଛନ୍ତି । ଗତ କାଲି ଦାନଗଦି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ଜଣ ଜଣ କରି ରୋଗୀଙ୍କ ସହିତ ଆଲୋଚନା କରିଥିଲେ । ଏହା ପରେ ଡାକ୍ତରଙ୍କ ସହିତ ବିଚାର ବିମର୍ଷ ମଧ୍ୟ କରିଥିଲେ । ଏହି ସମୟରେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ବୟସ୍କା ମହିଳା ଜଣେ ପ୍ରୀତିରଞ୍ଜନଙ୍କୁ ଜାବୁଡି ଧରିଥିଲେ । ଲୁହ ଛଳ ଛଳ ଆଖିରେ ତାଙ୍କୁ ଜାବୁଡି ଧରି ନିଜର ଦୁଃଖ ଜଣାଇଥିଲେ । ମହିଳା ଜଣଙ୍କୁ ପ୍ରୀତିରଞ୍ଜନ କହିଥିଲେ ମା ମୁଁ ଅଛି, ତୁମକୁ ଛାଡି କୁଆଡେ ଯାଇ ନାହିଁ । ସବୁ ବେଳେ ସବୁ ସମୟରେ ତୁମ ମାନଙ୍କ ସହିତ ଅଛି, ବ୍ୟସ୍ତ ହୁଅ ନାହିଁ । ମା ଜଣକ ତାଙ୍କୁ କହୁଥିଲେ ବାପା ଆମ ଗାଁକୁ ଆସିଲେ ଟିକେ ଆମ ଘରକୁ ଆସିବ । ଆଉ ନିର୍ଭର ପ୍ରତିଶୃତି ବି ଦେଇଥିଲେ ପ୍ରୀତିରଞ୍ଜନ । କହିଥିଲେ ମା ନିଶ୍ଚିତ ଆସିବି ତୁମ ଘରକୁ । ଏ ହେଲେ ଗତ ନିର୍ବାଚନରେ ପରାଜିତ ହୋଇଥିବା ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ପରାଜିତ ସିନା ହୋଇଛନ୍ତି, ହେଲେ ଆଜିବି ସୁକିନ୍ଦାବାସୀଙ୍କ ହୃଦୟରେ ମଜବୁତ ବସା ବାନ୍ଧିଛନ୍ତି । ନା ସୁକିନ୍ଦାକୁ ସେ ଛାଡୁଛନ୍ତି, ନା ସୁକିନ୍ଦାବାସୀ ତାଙ୍କୁ ଛାଡୁଛନ୍ତି । ନିଜର ନିଆରା ପଣରେ ପ୍ରୀତିର ବନ୍ଧନରେ ସମସ୍ତଙ୍କୁ ବନ୍ଧୁଛନ୍ତି ପ୍ରୀତିରଞ୍ଜନ । ଦିନେ ହାତ ଛାଡିଥିବା ଲୋକ ବି ତାଙ୍କ ହାତ ଧରି ଚାଲିବାକୁ ପଣ କରୁଛନ୍ତି ।

The post ମମତାର ବନ୍ଧନରେ ବନ୍ଧା ପ୍ରୀତିରଞ୍ଜନ appeared first on orissaleads.

News