ସ୍କୁଲ ଖୋଲିବା ପୂର୍ବରୁ ବିଦ୍ୟାଳୟ ନିକଟରେ ବିକ୍ରି ହେଉଥିବା ନିମ୍ନମାନର ଖାଦ୍ୟ ଯାଞ୍ଚ କରୁ ପ୍ରଶାସନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ସରକାର ଆସନ୍ତା ୨୦ ତାରିଖ ଦିନ ସମସ୍ତ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ଝାଡା ବାନ୍ତି ରୋଗ ଆତଙ୍କ ସୃଷ୍ଟି କରିଛି । ଏହି ରୋଗରେ ଆକ୍ରାନ୍ତ ହୋଇ ବହୁ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଦିନକୁ ଦିନ ହଇଜା ରୋଗ କାୟା ବିସ୍ତାର କରୁଥିଲା ବେଳେ ଛୋଟ ପିଲାଙ୍କୁ ଏହି ରୋଗ କିଭଳି ନ ହେବ ସେ ନେଇ ସମସ୍ତେ ସଚେତନ ହେବା ଜରୁରୀ ହୋଇଛି ।

ବିଦ୍ୟାଳୟ ଗୁଡିକ ନିକଟରେ ବହୁ ସଂଖ୍ୟାରେ ଛୋଟ ବଡ଼ ଦୋକାନ ମାନ ଖୋଲିଛି । ଏହି ଦୋକାନ ଗୁଡିକ ଅଧିକ ଲାଭ ପାଇବା ଆଶାରେ ବିଭିନ୍ନ ନିମ୍ନ ମାନର ଜିନିଷ ବିକ୍ରି କରୁଛନ୍ତି । କମ ପଇସାରେ ଏହାକୁ ଆଣି ଅଧିକ ପଇସାରେ ବିକ୍ରି କରୁଛନ୍ତି । ଛୋଟ ଛୋଟ ପିଲାମାନେ ମଧ୍ୟ ଏହି ଜିନିଷ ପ୍ରତି ଆକର୍ଷିତ ହୋଇ ଏହାକୁ କିଣୁଛନ୍ତି । ବିଭିନ୍ନ ପ୍ରକାର ନିମ୍ନ ମାନର ଚକଲେଟ, ଜେଲି, ବିସ୍କୁଟ, ଆଇସକ୍ରିମ, ପ୍ୟାକେଟରେ ଥିବା ଅତି ନିମ୍ନ ମାନର କୁରକୁରେ ବ୍ୟାପକ ବିକ୍ରି ହେଉଛି । ଯାହାକୁ ଖାଇ ବିଭିନ୍ନ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି ଛାତ୍ରଛାତ୍ରୀ । ଏହି ଦୋକାନ ଗୁଡିକ ଉପରେ ଚଢ଼ାଉ କରି ନିମ୍ନ ମାନର ଖାଦ୍ୟ ପଦାର୍ଥ ବିକ୍ରୟ ବନ୍ଦ କରିବାକୁ ପ୍ରଶାସନ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ଦାବି କରିଛନ୍ତି ।

The post ସ୍କୁଲ ଖୋଲିବା ପୂର୍ବରୁ ବିଦ୍ୟାଳୟ ନିକଟରେ ବିକ୍ରି ହେଉଥିବା ନିମ୍ନମାନର ଖାଦ୍ୟ ଯାଞ୍ଚ କରୁ ପ୍ରଶାସନ appeared first on orissaleads.

News