ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଇସ୍ରାଏଲ-ଇରାନ ସଂଘର୍ଷରେ ଆମେରିକା ଇରାନକୁ ନିଃସର୍ତ୍ତ ଆତ୍ମ ସମର୍ପଣ କରିବାକୁ ଧମକ ଦେଇଥିଲା, ନହେଲେ ପରିଣାମ ଭୟଙ୍କର ହେବ ବୋଲି ତାଗିଦ ମଧ୍ୟ କରିଥିଲା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନ-ଇସ୍ରାଏଲ ଯୁଦ୍ଧରେ ସିଧାସଳଖ ହସ୍ତକ୍ଷେପ କରୁଥିବା କିଛି ଦିନ ହେଲା ଦେଖିବାକୁ ମିଳିଛି ।

ଆମେରିକାର ଧମକ ପରେ ହମାସ ଏକ ବିବୃତି ଜାରି କରି ଆମେରିକାକୁ ଚେତାବନୀ ଦେଇଛି । ହମାସ କହିଥିଲା ଏପରି କାର୍ଯ୍ୟ ଏହି ଅଞ୍ଚଳକୁ ବିପର୍ଯ୍ୟୟ ଦ୍ୱାରଦେଶକୁ ନେଇଯିବ ଓ ଭୟଙ୍କର ସ୍ଥିତି ଉତ୍ପନ ହେବ ।

ହମାସ ବିବୃତିରେ ଆମେରିକା ଏବଂ ଇସ୍ରାଏଲ କାର୍ଯ୍ୟକୁ ନିନ୍ଦା କରାଯାଇଛି । ହମାସ ଜୋର ଦେଇଛି ଯେ, ଇରାନ ଉପରେ ସାମରିକ ଆକ୍ରମଣରେ ଆମେରିକାର ସିଧାସଳଖ ସମ୍ପୃକ୍ତ ହେଲେ ଏହାର ବିପଜ୍ଜନକ ପରିଣାମ ସୃଷ୍ଟି ହେବ । ଆମେରିକାର ପଦକ୍ଷେପ ଯୋଗୁ ଆଞ୍ଚଳିକ ଅସ୍ଥିରତା ବ୍ୟାପିବ ବୋଲି ହମାସ କହିଛି । ଏହି ଅଞ୍ଚଳରେ ବଢୁଥିବା ଉତ୍ତେଜନା ପାଇଁ ହମାସ ୱାଶିଂଟନ ଏବଂ ତେଲ ଅଭିଭକୁ ଦାୟୀ କରିଛି। ମଧ୍ୟପ୍ରାଚ୍ୟର କୌଣସି ସହର ଇସ୍ରାଏଲୀ ଆକ୍ରମଣରୁ ସୁରକ୍ଷିତ ନୁହେଁ ବୋଲି ଦାବି କରୁଥିବା ବିବୃତିକୁ ନିନ୍ଦା କରିଛି । ଇସ୍ରାଏଲର ମନ୍ତବ୍ୟ ଉପନିବେଶବାଦୀ ଏବଂ ଅହଂକାରୀ ମାନସିକତାର ପ୍ରତିଫଳନ ବୋଲି କହିଛି ହମାସ । ଏହା ସହିତ ଇରାନର ଆତ୍ମରକ୍ଷାର ଅଧିକାର ଅଛି କହି ଆରବ ଏବଂ ମୁସଲିମ ଦେଶ ମଧ୍ୟରେ ଏକତା ପାଇଁ ହମାସ ନିବେଦନ କରିଛି।

The post ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ appeared first on orissaleads.

News