ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଳିଆ ଗଦା

ଓଡ଼ିଶା ଲିଡ୍ସ(ଯାଜପୁର): ଡାଇରିଆ ରୋଗ ପୁରା ଜିଲ୍ଲାରେ ବ୍ୟାପି ଚାଲିଥିଲା ବେଳେ ଜିଲ୍ଲା ପ୍ରଶାସନ ଏବେ ସ୍ଵଛତା ଓ ପରିମଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେଉଛି । ହେଲେ ଜିଲ୍ଲାର ପରିମଳ ବ୍ୟବସ୍ଥା କିଭଳି ତାର ନମୁନା ଦେଖିବାକୁ ମିଳିଛି ଯାଜପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ । ଯାଜପୁର ପୌରପାଳିକା କିଭଳି ସଫେଇ ଉପରେ ଗୁରୁତ୍ୱ ଦେଉଛି ତାର ବି ନମୁନା ଏଠାରେ ଦେଖିବାକୁ ମିଳିଛି । କାର୍ଯ୍ୟାଳୟ ସମ୍ମୁଖରେ ବେଶ କିଛିଦିନ ହେଲା ଏହା ଗଦା ହୋଇ ରହିଥିଲା ବେଳେ ତାକୁ କାହିଁକି ସଫା କରାଯାଉନାହିଁ ତାକୁ ନେଇ ବୁଦ୍ଧିଜୀବି ପ୍ରଶ୍ନ କରିଛନ୍ତି ।

The post ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଳିଆ ଗଦା appeared first on orissaleads.

News