ସିକ୍କିମ ଟ୍ରାଜେଡି, ଟ୍ରେନ ଯୋଗେ ଓଡ଼ିଶା ଫେରୁଛନ୍ତି ଇତିଶ୍ରୀଙ୍କ ପୁଅ ଓ ପୁତୁରା
ଓଡ଼ିଶା ଲିଡ୍ସ(ଯାଜପୁର): ମେ ମାସ ୨୯ ତାରିଖରେ ଯାଜପୁର ବ୍ୟାସନଗରରୁ ସିକ୍କିମ୍ ବୁଲିବାକୁ ଯାଇଥିବା ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ବଡ଼ ଦୁର୍ଘଟଣାର ଶିକାର ହୋଇଥିଲା । ଏବେବି ଦୁର୍ଘଟଣାରେ ଇତିଶ୍ରୀଙ୍କ ସହିତ ଅନ୍ୟ ତିନି ଜଣଙ୍କ ପତ୍ତା ମିଳିନାହିଁ । ହେଲେ ଆହତ ହୋଇ ସେଠାରେ ଚିକିତ୍ସିତ ହେଉଥିବା ଇତିଶ୍ରୀ ଜେନାଙ୍କ ସାନପୁଅ ଏବଂ ପୁତୁରା ଟ୍ରେନ ଯୋଗେ ଘରକୁ ଫେରୁଥିବା ଜଣା ଯାଇଛି । ଇତିଶ୍ରୀଙ୍କ ବଡ ଭାଇ ଶିଶିର ନାୟକଙ୍କ ସହ ଉଭୟ ଘରକୁ ଫେରୁଛନ୍ତି । ଦୁର୍ଘଟଣା ପରଠାରୁ ସେମାନେ ସିକ୍କିମରେ ଚିକିତ୍ସାଧୀନ ଥିଲେ । ଆଜି ସନ୍ଧ୍ୟାରେ ସେମାନେ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ସୂଚନା ମିଳିଛି । ଏବେ ସୁଦ୍ଧା ନିଖୋଜ ବିଜେପି ନେତ୍ରୀଙ୍କ କୌଣସି ପତ୍ତା ମିଳିପାରିନାହିଁ । ଗତ ମେ ମାସ ୨୯ ତାରିଖରେ ଉତ୍ତର ସିକ୍କିମର ମଙ୍ଗନ ଜିଲ୍ଲା ଚୁବୋମ୍ବୁ ନିକଟରେ ହଜାରେ ଫୁଟ୍ ତଳକୁ ତୀସ୍ତା ନଦୀରେ ପର୍ଯ୍ୟଟକଙ୍କ ଗାଡି ଖସିପଡ଼ିଥିଲା ।
The post ସିକ୍କିମ ଟ୍ରାଜେଡି, ଟ୍ରେନ ଯୋଗେ ଓଡ଼ିଶା ଫେରୁଛନ୍ତି ଇତିଶ୍ରୀଙ୍କ ପୁଅ ଓ ପୁତୁରା appeared first on orissaleads.
News