ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଇରାନ୍ ଉପରେ ଆମେରିକା ବୋମା ମାଡ଼ କରିଛି । ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଥିଲା ବେଳେ ଏଥିରେ ମୁଣ୍ଡ ପୁରାଇଛି ଆମେରିକା । ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼ କରିଛି । ଫରଦୋ, ନାଟାଞ୍ଜ ଓ ଇଶଫାନ ନ୍ୟୁକ୍ଲିଅର ସାଇଟରେ ଆମେରିକା ସେନା ପକ୍ଷରୁ ବୋମା ମାଡ଼ କରାଯାଇଛି । ଇରନକୁ ପରମାଣୁ ଶକ୍ତିହୀନ କରିବାକୁ ଆମେରିକାର ଏହିପରି କରିଛି ।
ଆକ୍ରମଣରେ ଆମେରିକା ସେନା ବଙ୍କର ବୁଷ୍ଟର ବୋମା ବ୍ୟବହାର କରିଥିବା ଜଣା ଯାଇଛି । ଷ୍ଟିଲଥ ବମ୍ବରରୁ ବୋମା ବର୍ଷା ହୋଥିଲା । ଏ ବିଷୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମାଜିକ ଗଣ ମାଧ୍ୟମରେ ସୂଚନା ଦେଇଛନ୍ତି । ବୋମା ମାଡ଼ କରି ଅମେରିକୀୟ ଯୁଦ୍ଧ ବିମାନ ସୁରକ୍ଷିତ ଭାବେ ଫେରୁଛନ୍ତି ବୋଲି ଟ୍ରମ୍ପ କହିଛନ୍ତି । ଏଥିପାଇଁ ଆମେରିକା ସେନାକୁ ବଧାଇ ମଧ୍ୟ ଜଣାଇଛନ୍ତି ଟ୍ରମ୍ପ । ଇରାନ ତାର ପରମାଣୁ କାର୍ଯ୍ୟକ୍ରମରୁ ବିରତ ନହେଲେ ଆମେରିକା ଆକ୍ରମଣ କରିବ ବୋଲି ନିକଟରେ ଟ୍ରମ୍ପ ଚେତାବନୀ ଦେଇଥିଲେ । ଆମେରିକାର ଆକ୍ରମଣ ପରେ ମଧ୍ୟପ୍ରାଚ ଅଶାନ୍ତ ହୋଇ ପଡିଛି ।
The post ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼ appeared first on orissaleads.
News