ଶ୍ରମିକ କାର୍ଯ୍ୟାଳୟ ଭଙ୍ଗାରୁଜା, ଭରତ ମହାନ୍ତ ଓ ତାଙ୍କ ପରିବାରକୁ ହତ୍ୟା ଧମକ, ଦେଢ଼ ଲକ୍ଷ ଲୁଟ

ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ମଧ୍ୟାହ୍ନରେ ସୁକିନ୍ଦା ଖଣି ଅଞ୍ଚଳ ଶ୍ରମିକ ସଂଗଠନ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ବିଜେପି ସମର୍ଥକ । ସୁକିନ୍ଦା ରିଜିୟନ କ୍ରୋମାଇଟ ଖଣି ମଜଦୁର ସଂଘ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ କାଳିଆପାଣି ଥାନରେ କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ ଆଜି ଅପରାହ୍ନ ଏକ ଘଟିକା ସମୟରେ ଶିବ ପାତ୍ର, ବିଦ୍ୟାଧର ପାତ୍ର, ଅଶୋକ ପ୍ରଧାନ, ଲଷ୍ମୀଧର ମୁଣ୍ଡା ଓ ଅନ୍ୟ ୬/୭ ଜଣ ଯୁବକ ହାତରେ ବନ୍ଧୁକ ସହିତ ବିଭିନ୍ନ ମାରଣାସ୍ତ୍ର ଧରି ଟୁଟୁ ବଳ ଜିନ୍ଦାବାଦ, ଭିକି ବାବୁ ଜିନ୍ଦାବାଦ, ବାବି ବେହୁରା ଜିନ୍ଦାବାଦ ପକାଇ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହି ସମୟରେ ଆକ୍ରମଣକାରୀ ମାନେ ଭରତ ମହାନ୍ତକୁ ଆମେ ହାଣି ଦେବୁ ତା ପରିବାରକୁ ହତ୍ୟାକରିବୁ, ଆମର କିଏ କଣ କରିବ ବୋଲି ଧମକ ଦେଇଥିଲେ । ଏହା ସହିତ ଆକ୍ରମଣକାରୀ ମାନେ କାର୍ଯ୍ୟାଳୟରେ ଥିବା ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ଭରତ ମହାନ୍ତ ।

The post ଶ୍ରମିକ କାର୍ଯ୍ୟାଳୟ ଭଙ୍ଗାରୁଜା, ଭରତ ମହାନ୍ତ ଓ ତାଙ୍କ ପରିବାରକୁ ହତ୍ୟା ଧମକ, ଦେଢ଼ ଲକ୍ଷ ଲୁଟ appeared first on orissaleads.

News