୧୪ ଦିନ ପରୀକ୍ଷାର ଅନ୍ତ ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ସେ ଭକତ ଭାବରେ ବନ୍ଧା । ଭକ୍ତଙ୍କୁ ନ ଦେଖିଲେ ସିଏ ବ୍ୟସ୍ତ, ଭକ୍ତ ତାଙ୍କୁ ଟିକିଏ ଦର୍ଶନ କରି ତାଙ୍କ ଆଖିରେ ମିଶାଇବାକୁ ବ୍ୟସ୍ତ। ଦୀର୍ଘ ୧୪ ଦିନ ଧରି ବଡ଼ ଠାକୁର ପ୍ରଭୁ ବଳଦେବ, ଭଉଣୀ ସୁଭଦ୍ରାଙ୍କ ସହିତ ଜ୍ଵରରେ ପୀଡିତ ହୋଇ ଅଣସର ଘରେ ଥିଲେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ । ଆଜି ପରୀକ୍ଷାର ଅନ୍ତ ଘଟିଛି । ଆଜି ମହାପ୍ରଭୁ ନବଯୌବନ ବେଶରେ ତାଙ୍କ ଭକ୍ତଙ୍କୁ ଦର୍ଶନ ଦେବେ । ଭକ୍ତ ଆଉ ଭଗବାନଙ୍କ ମିଳନ ହେବ । ଭକ୍ତଙ୍କୁ କୋଳେଇ ନେବାକୁ ବାହୁ ପ୍ରସାରି ଦେବେ ମଣିମା । ଏହି ଦିବ୍ୟ ମୁହୂର୍ତ୍ତକୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଅପଲକ ନୟନରେ ଅନାଇ ରହିଛନ୍ତି । ନବ ଯୌବନ ଦର୍ଶନ ପରେ ଆସନ୍ତା କାଲି ତିନି ଦିଅଁ ରଥଯାତ୍ରା କରି ଜନ୍ମବେଦୀକୁ ଯିବେ । ଯାହାକୁ ନେଇ ଭକ୍ତ ଏବେ ଉତ୍ସାହିତ । ଭାବର ଠାକୁରଙ୍କୁ ରଥରେ ଦେଖିବା, ତାଙ୍କୁ ଟାଣିଟାଣି ନେବାର ଦିବ୍ୟ ଅନୁଭବ ପାଇବାକୁ ଭକ୍ତ ବ୍ୟଗ୍ର ହୋଇ ଉଠିଛି । ସେ ପଟେ ନିଜ ଭକ୍ତଙ୍କ ମେଳରେ ରଥରେ ବସି ଯିବାକୁ କାଳିଆ ସାଆନ୍ତେ ବି ବ୍ୟସ୍ତ ହୋଇ ପଡିଲେଣି। ପବିତ୍ର ରଥଯାତ୍ରା ପାଇଁ ଲକ୍ଷଲକ୍ଷ ଭକ୍ତଙ୍କ ଧାଡି ଲାଗିଲାଣି ପୁରୀକୁ । ଭକ୍ତ ଆଉ ଭଗବାନଙ୍କ ଅପୂର୍ବ ମିଳନ ପାଇଁ ବଡ଼ଦାଣ୍ଡ ଏବେ ଉତ୍ସବ ମୁଖର ।
The post ୧୪ ଦିନ ପରୀକ୍ଷାର ଅନ୍ତ ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ appeared first on orissaleads.
News