ଜାତୀୟ ରାଜପଥ ବିଭାଗର ମନମାନି, ଜୀବନ ନେବ ରାସ୍ତା ଖାଲ
ଓଡ଼ିଶା ଲିଡ୍ସ(ଯାଜପୁର): ଏହା ହେଉଛି ୨୦ ନମ୍ବର ଜାତୀୟ ରାଜପଥର ନିଛକ ଚିତ୍ର । ଜାତୀୟ ରାଜପଥ ବିଭାଗ ଅଧିକାରୀ ରାସ୍ତା ମରାମତି ଉପରେ କିଭଳି ଦୃଷ୍ଟି ଦେଉଛନ୍ତି ତାହା ପ୍ରମାଣିତ କରୁଛି ଏହି ଚିତ୍ରଟି । କୁଆଖିଆ-ଧାମରା ରାସ୍ତାକୁ ୨୦ ନମ୍ବର ଜାତୀୟ ରାଜପଥ ମାନ୍ୟତା ମିଳିଛି । ଏହି ରାସ୍ତା ଯାଜପୁର ଜିଲ୍ଲା ସଦର ମହକୁମା ଦେଇ ଯାଇଛି । ଏହି ରାସ୍ତା ଉପରେ କେବଳ ଯାଜପୁର ଜିଲ୍ଲା ନୁହେଁ ଭଦ୍ରକ ଜିଲ୍ଲାର ଲୋକ ବି ନିର୍ଭରଶୀଳ । ଦୈନିକ ହଜାର ହଜାର ସଂଖ୍ୟାରେ ଗାଡି ଏହି ରାସ୍ତା ଦେଇ ଗତାଗତ କରୁଥିଲା ବେଳେ ଦୈନିକ ଶତାଧିକ ଆମ୍ବୁଲାନ୍ସ ମଧ୍ୟ ଗତାଗତ କରୁଛି । ହେଲେ ଯାଜପୁର ବଉଳମୂଳ ଠାରୁ ମାନସାପୋଲ ପର୍ଯ୍ୟନ୍ତ ରାସ୍ତାରେ କୃତ୍ରିମ ଜଳାଶୟ ସୃଷ୍ଟି ହୋଇଛି । ଏହା ଦିନକୁ ଦିନ ବୃଦ୍ଧି ପାଉଥିଲା ବେଳେ ଗାଡି ଚାଳକ ଯେ କୌଣସି ମୁହୂର୍ତ୍ତରେ ଦୁର୍ଘଟଣାର ସମ୍ମୁଖୀନ ହେବା ନିଶ୍ଚିତ । ସତେ ଯେମିତି ଗାଡି ଚାଳକଙ୍କ ଜୀବନ ନେବାକୁ ରାଜପଥ ବିଭାଗ ଯୋଜନା ଆଙ୍କିଛି ଏହି ରାସ୍ତାରେ । ଦୁର୍ଘଟଣାର ସମ୍ମୁଖୀନ ହୋଇ ଗାଡିଚାଳକଙ୍କ ମୃତ୍ୟୁ ହେଲେ କିମ୍ବା ଆହତ ହେଲେ ରାଜପଥ ବିଭାଗ ଦାୟୀ ରହିବ ତ ?
The post ଜାତୀୟ ରାଜପଥ ବିଭାଗର ମନମାନି, ଜୀବନ ନେବ ରାସ୍ତା ଖାଲ appeared first on orissaleads.
News