ବରୀ-ରାମଚନ୍ଦ୍ରପୁର ରାସ୍ତା ଉପରେ ଓହଳି ରହିଛି ବାଉଁଶ ବୁଦା, ବିପଦରେ ପଥଚାରୀ ଓ ରାସ୍ତା
ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବ୍ଳକର ପ୍ରମୁଖ ରାସ୍ତା ବରୀ-ରାମଚନ୍ଦ୍ରପୁର ରାସ୍ତା । ଏହି ରାସ୍ତା ଉପରେ ବରୀ ବ୍ଳକର ୨୯ ଗୋଟି ପଞ୍ଚାୟତ ନିର୍ଭରଶୀଳ । ଦୈନିକ ଶହ ଶହ ସଂଖ୍ୟାର ଗାଡି ଏହି ରାସ୍ତା ଦେଇ ଗତାଗତ କରୁଛି । ସେଥି ମଧ୍ୟରୁ ବହୁ ସଂଖ୍ୟାରେ ବଡ଼ ଗାଡି ମଧ୍ୟ ଗତାଗତ କରୁଛି । ଏବେ ଏହି ରାସ୍ତା ବରୀ ମାଉଣ୍ଡ ଠାରୁ ଦରଘା ପର୍ଯ୍ୟନ୍ତ ସମ୍ପ୍ରସାରଣ ହେଉଥିଲା ବେଳେ କଣିବାଙ୍କ ଠାରୁ ରାମଚନ୍ଦ୍ରପୁର ରାସ୍ତା ସମ୍ପ୍ରସାରିତ ହୋଇ ପିଚୁ ହୋଇ ସାରିଛି । କାମ ଚାଲିଥିବା ରାସ୍ତା ମଧ୍ୟ ନିକଟରେ ପିଚୁ ହେବ । ହେଲେ ଏହି ବ୍ୟସ୍ତ ବହୁଳ ରାସ୍ତା କଡରେ ବିଭିନ୍ନ ସ୍ଥାନରେ ବାଉଁଶ ବୁଦା ଗୁଡିକ ରାସ୍ତା ଉପରେ ଓହଳି ରହିଛି । ଯାହା ଗମନାଗମନରେ ବାଧା ସୃଷ୍ଟି କରୁଛି । ବିଶେଷ କରି ବର୍ଷା ଦିନରେ ଏହା ସମ୍ପୂର୍ଣ୍ଣ ଭାବେ ରାସ୍ତା ଉପରେ ଲଟକି ରହି ରାସ୍ତା ଅବରୋଧ କରୁଛି । ଅନ୍ୟ ପକ୍ଷରେ ବାଉଁଶ ବୁଦାରୁ ପାଣି ପଡି ପିଚୁ ନଷ୍ଟ ହୋଇ ରାସ୍ତା ଖାଲ ଖମାରେ ପୂର୍ଣ୍ଣ ହେଉଛି । ଏ ନେଇ ପ୍ରଶାସନ ପଦକ୍ଷେପ ନେଇ ରାସ୍ତା କଡରେ ଥିବା ବାଉଁଶ ଗଛ ଗୁଡ଼ିକୁ କାଟି ସଫା କରିବାକୁ ପଦକ୍ଷେପ ନେବା ଜରୁରୀ ହୋଇଛି ବୋଲି ମତ ପ୍ରକାଶ ପାଇଛି ।
The post ବରୀ-ରାମଚନ୍ଦ୍ରପୁର ରାସ୍ତା ଉପରେ ଓହଳି ରହିଛି ବାଉଁଶ ବୁଦା, ବିପଦରେ ପଥଚାରୀ ଓ ରାସ୍ତା appeared first on orissaleads.
News