ପୋଲିସ ମାଡ଼ରେ ଗୁରୁତର ସିଦ୍ଧାନ୍ତଙ୍କୁ ଭେଟିଲେ ଶର୍ମିଷ୍ଠା ସେଠୀ

ଓଡ଼ିଶା ଲିଡ୍ସ(ଯାଜପୁର): ସାମାଜିକ ଗଣମାଧ୍ୟମରେ ନିଜ ମତ ରଖି ପୋଲିସ ଆକ୍ରୋଶର ଶିକାର ହୋଇ ଗୁରୁତର ଆହତ ହୋଇଥିବା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସିଦ୍ଧାନ୍ତ ବେହେରାଙ୍କୁ ଆଜି ଭେଟିଛନ୍ତି ଯାଜପୁରର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ । ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାସୋଁଳ ପଞ୍ଚାୟତର ସିଦ୍ଧାନ୍ତ ବେହେରାଙ୍କ ବାସଭବନରେ ପହଞ୍ଚିଥିଲେ ପୁର୍ବତନ ସାଂସଦ ଶର୍ମିଷ୍ଠା ସେଠୀ । ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ସମୟରେ ସିଦ୍ଧାନ୍ତଙ୍କ ମାଙ୍କ ସହିତ ମଧ୍ୟ ଘଟଣା ବିଷୟରେ ଆଲୋଚନା କରିଥିଲେ । ତାହା ସହ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବଢୁଥିବା ଅରାଜକତା ଏବଂ ଏହାର ସମାଧାନ ନିମନ୍ତେ ଜିଲ୍ଲାପରିଷଦ ସଭ୍ୟାଙ୍କ ସମେତ ଅନ୍ଯାନ୍ଯ ଜନପ୍ରତିନିଧିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଶ୍ରୀମତୀ ସେଠୀ ।

The post ପୋଲିସ ମାଡ଼ରେ ଗୁରୁତର ସିଦ୍ଧାନ୍ତଙ୍କୁ ଭେଟିଲେ ଶର୍ମିଷ୍ଠା ସେଠୀ appeared first on orissaleads.

News