ଖୋଲିଲା ରେଙ୍ଗାଲି ଡ୍ୟାମର ଗୋଟିଏ ଗେଟ, ଚାରି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଉପର ମୁଣ୍ଡରେ ଅଧିକ ବର୍ଷା ହେବାରୁ ଆଜି ରେଙ୍ଗାଲି ଡ୍ୟାମରୁ ପ୍ରଥମ ଥର ଗେଟ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ ହୋଇଛି । ଆଜି ଡ୍ୟାମର ୭ ନମ୍ବର ଗେଟ ଖୋଲା ଯାଇଛି । ଆସନ୍ତା କାଲି ଆଉ ଏକ ଗେଟ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ କରାଯିବ । ଏ ନେଇ ଡ୍ୟାମ କର୍ତ୍ତୁପକ୍ଷ ଚାରିଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦେଇଛନ୍ତି। ଏହି ଚାରିଟି ଜିଲ୍ଲା ହେଲା ଅନୁଗୁଳ, ଯାଜପୁର, ଢେଙ୍କାନାଳ ଓ କେନ୍ଦ୍ରାପଡା । ଏହି ସବୁ ଜିଲ୍ଲାରେ ବନ୍ୟା ଆଶଙ୍କା ରହିଛି ।
The post ଖୋଲିଲା ରେଙ୍ଗାଲି ଡ୍ୟାମର ଗୋଟିଏ ଗେଟ, ଚାରି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ appeared first on orissaleads.
News