ସଙ୍କଟାପନ୍ନ ଅବସ୍ଥାରେ ଏଫ.ଏମ କଲେଜ ଛାତ୍ରୀ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗତକାଲି ବାଲେଶ୍ଵର ଫକୀର ମୋହନ କଲେଜର ଜନୈକ ଛାତ୍ରୀ କଲେଜ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଦେହରେ ନିଆଁ ଲଗାଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ଶରୀରର ୯୫ ଭାଗ ପୋଡି ଯାଇଥିବା ଜଣା ଯାଇଛି । ଏବେ ସେ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧିନ ଅଛନ୍ତି । ତାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହା ସହିତ ଆଗାମି ୪୮ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଏହି ଘଟଣାରେ ସରକାର ତ୍ୱରିତ ପଦକ୍ଷେପ ନେଇ କଲେଜ ଅଧ୍ୟକ୍ଷଙ୍କୁ ନିଲମ୍ବିତ କରିଥିଲା ବେଳେ ଛାତ୍ରୀ ଯେଉଁ ବିଭାଗରେ ଅଧ୍ୟୟନ କରୁଥିଲେ ସେହି ବିଭାଗର ମୁଖ୍ୟ ପ୍ରାଧ୍ୟାପକଙ୍କୁ ନିଲମ୍ବିତ କରିବା ସହିତ ଗିରଫ କରାଯାଇଛି । ଅପରପକ୍ଷେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମେଡ଼ିକାଲ ଯାଇ ଛାତ୍ରୀଙ୍କ ଚିକିତ୍ସା ବିଷୟରେ ପଚାରି ବୁଝିଛନ୍ତି । ଆଜି ଏକ ଉଚ୍ଚସ୍ତରୀୟ କମିଟି କଲେଜ ଯାଇ ଘଟଣାର ତଦନ୍ତ କରିବ ବୋଲି ଜଣାଯାଇଛି । କମିଟିର ସଦସ୍ୟ ମାନେ ମଧ୍ୟାହ୍ନରେ ବାଲେଶ୍ଵରରେ ପହଞ୍ଚିବେ ବୋଲି ଜଣାଯାଇଛି ।
The post ସଙ୍କଟାପନ୍ନ ଅବସ୍ଥାରେ ଏଫ.ଏମ କଲେଜ ଛାତ୍ରୀ appeared first on orissaleads.
News