ଆନ୍ଦୋଳନ ବେଳେ ଗୁରୁତର ଆହତ ହୋଇ ଆଇସିୟୁରେ ପ୍ରଣବ ପ୍ରକାଶ ଦାସ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ବାଲେଶ୍ଵର ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଆଜି ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ ବେଳେ ବିଜେଡି ନେତା ଓ କର୍ମୀଙ୍କ ଉପରେ ପୋଲିସ ପାଣିମାଡ଼ କରିବା ପରେ ଲୁହ ବୁହା ଗ୍ୟାସ ଓ ରବର ଗୁଳି ମାଡ଼ କରିଥିଲା । ଏଥିରେ ବହୁ ନେତା ଆହତ ହୋଇଥିଲା ବେଳେ ପ୍ରଣବ ପ୍ରକାଶ ଦାସ(ବବି) ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଛି ।
The post ଆନ୍ଦୋଳନ ବେଳେ ଗୁରୁତର ଆହତ ହୋଇ ଆଇସିୟୁରେ ପ୍ରଣବ ପ୍ରକାଶ ଦାସ appeared first on orissaleads.
News