ଆହତ ନେତାଙ୍କୁ ଭେଟିବାକୁ ଶୁଭେଚ୍ଛୁଙ୍କ ଲମ୍ବା ଧାଡି
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଫକୀର ମୋହନ କଲେଜର ମୃତା ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଗତକାଲି ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା । ବିଜେଡି ଆନ୍ଦୋଳନ କରୁଥିବା ସମୟରେ ପୋଲିସ ପକ୍ଷରୁ ପକାଯାଇଥିବା ଟିୟର ଗ୍ୟାସ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଗୋଡ଼ରେ ବାଜିଥିଲା । ସେଠାରେ ସେ ଗୁରୁତର ଆହତ ହୋଇଥିଲେ । ଆଣ୍ଠୁ ଉପର ମାଂସ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା ।
ଆହତ ଅବସ୍ଥାରେ ତାଙ୍କୁ କର୍ମୀମାନେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉତ୍କଳ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏବେ ତାଙ୍କ ଚିକିତ୍ସା ଚାଲିଛି । ଏହି ଖବର ପାଇ ତାଙ୍କ ହଜାର ହଜାର ଶୁଭେଚ୍ଛୁ, ସମର୍ଥକ ଓ ଦଳୀୟ ନେତା ଚିକିତ୍ସାଳୟରେ ପହଞ୍ଚି ତାଙ୍କୁ ଭେଟିବା ସହିତ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଆଜି ତାଙ୍କ ଶୁଭେଚ୍ଛୁ ତାଙ୍କ ଆରୋଗ୍ୟ କାମନା କରି ବିରଜା ମନ୍ଦିରରେ ଦୀପ ଦାନ କରିଥିବା ଜଣା ଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ତାଙ୍କ ସମର୍ଥକ ଓ ଶୁଭେଚ୍ଛୁ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
The post ଆହତ ନେତାଙ୍କୁ ଭେଟିବାକୁ ଶୁଭେଚ୍ଛୁଙ୍କ ଲମ୍ବା ଧାଡି appeared first on orissaleads.
News