ମାନବିକତାର ଜ୍ୟୋତି ଜଳାଇଛନ୍ତି ଜ୍ୟୋତିପ୍ରକାଶ, ହୃଦୟରୁ ଶୁଭେଚ୍ଛା- ଇଂ ପ୍ରୀତିରଞ୍ଜନ ଘଡାଇ
ଓଡିଶା ଲିଡ୍ସ(ବ୍ୟୁରୋ): ବାଲେଶ୍ଵରର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ନ୍ୟାୟ ଭିକ୍ଷା କରି ନିରାଶ ହେଲା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ଦେହରେ ନିଆଁ ଲାଗିବା ପରେ ସେ ଜୀବନ ବିକଳରେ ଦୌଡୁଥିଲେ । ଏହି ସମୟରେ ସମସ୍ତେ ଦେଖଣାହାରୀ ସାଜିଥିଲା ବେଳେ ଜ୍ୟୋତିପ୍ରକାଶ ବିଶ୍ୱାଳ ମାନବିକତା ଓ ସାହାସିକତା ଦେଖାଇ ତାଙ୍କ ଦେହରେ ଲାଗିଥିବା ନିଆଁକୁ ଲିଭାଇବାକୁ ଉଦ୍ୟମ କରି ନିଜେ ମଧ୍ୟ ପୋଡି ହୋଇ ଆହତ ହୋଉଥିଲେ । ତାଙ୍କ ଶରୀରର ବିଭିନ୍ନ ଅଂଶ ପୋଡି ଯାଇଥିଲା । ଏବେ ସେ ଚିକିତ୍ସାଧିନ ଅଛନ୍ତି । ଜଣେ ଛାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ସେ ନିଜ ଜୀବନକୁ ବାଜିରେ ଲଗାଇ ଦେଇଛନ୍ତି । ଏଭଳି ଦୃଷ୍ଟାନ୍ତ ଖୁବ କମ ଦେଖିବାକୁ ମିଳେ । ସମାଜରୁ ମାନବିକତା ହଜି ଯାଉଥିଲା ବେଳେ ପ୍ରକୃତରେ ମାନବିକତାର ଜ୍ୟୋତି ଜଳାଇଛନ୍ତି ଜ୍ୟୋତିପ୍ରକାଶ । ଏହି ସାହସୀ ଯୁବକଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ । ପ୍ରକୃତରେ ସେ ଜଣେ ହିରୋ । ସେ ଆମ ସମାଜ ପାଇଁ ଗର୍ବ । ତାଙ୍କ ଭଳି ଯୁବକଙ୍କ ମାନବିକତା ଓ ନିଷ୍ଠା ଆମ ମାନଙ୍କ ପାଇଁ ପ୍ରେରଣାର ଉତ୍ସ । ତାଙ୍କୁ ହୃଦୟରୁ ଶୁଭେଛା, ଶୁଭକାମନା ଜଣାଇବା ସହିତ ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।
The post ମାନବିକତାର ଜ୍ୟୋତି ଜଳାଇଛନ୍ତି ଜ୍ୟୋତିପ୍ରକାଶ, ହୃଦୟରୁ ଶୁଭେଚ୍ଛା- ଇଂ ପ୍ରୀତିରଞ୍ଜନ ଘଡାଇ appeared first on orissaleads.
News