ଚିକିତ୍ସାଳୟରୁ ଘରକୁ ଫେରିଲେ ଡ୍ୟାନି, ବାସଭବନରେ ଶୁଭେଚ୍ଛୁଙ୍କ ଭିଡ଼
ଓଡ଼ିଶା ଲିଡ୍ସ(ବ୍ୟୁରୋ): ବାଲେଶ୍ଵର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ପ୍ରଦାନ ପାଇଁ ବିଜେଡି ଲୋକସେବା ଭବନ ଘେରାଉ କରୁଥିଲା ବେଳେ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ କରିଥିଲା । ପୋଲିସ ଆକ୍ରମଣରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଘରୋଇ ଉତ୍କଳ ହସ୍ପିଟାଲ ନିଆ ଯାଇଥିଲା । ସେଠାରେ ଦୁଇଦିନ ଧରି ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଆଜି ସେ ସେଠାରୁ ଛାଡ଼ ପାଇ ନିଜ ନୟାପଲ୍ଲୀ ସ୍ଥିତ ବାସଭବନକୁ ଆସିଛନ୍ତି । ଆଜି ତାଙ୍କର ଶହ ଶହ ସମର୍ଥକ, ଶୁଭେଚ୍ଛୁଙ୍କ ସହିତ ବହୁ ବରିଷ୍ଠ ଓ ବିଶିଷ୍ଠ ରାଜନେତା ତାଙ୍କ ବାସ ଭବନକୁ ଯାଇ ତାଙ୍କୁ ଭେଟିବା ସହିତ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ।
The post ଚିକିତ୍ସାଳୟରୁ ଘରକୁ ଫେରିଲେ ଡ୍ୟାନି, ବାସଭବନରେ ଶୁଭେଚ୍ଛୁଙ୍କ ଭିଡ଼ appeared first on orissaleads.
News