ବାଟବଣା ବିକାଶ, ଜିଲ୍ଲା ମୁଖ୍ୟାଳୟ ରାସ୍ତାରେ ଜଳାଶୟର ଭ୍ରମ
ଓଡ଼ିଶା ଲିଡ୍ସ(ଯାଜପୁର): ଗୋଟିଏ ସମୟରେ ଜିଲ୍ଲା ମୁଖ୍ୟାଳୟ ଯାଜପୁର ଟାଉନକୁ ବିକାଶର ପ୍ରୟୋଗଶାଳା କୁହା ଯାଉଥିଲା । ଆଖି ଝଲସା ବିକାଶରେ ଯାଜପୁର ଝଲସୁଥିଲା । ହେଲେ ଆଜି ସେ ସମୟ ବେଶ ବଦଳି ଯାଇଛି । ସହର ଭିତରେ ଥିବା ବିଭିନ୍ନ ରାସ୍ତାକୁ ଦେଖିଲେ ବିକାଶ ଏହି ସହରରେ କିଭଳି ବାଟ ହୁଡ଼ିଛି ତାହା ବେଶ ବାରି ହୋଇ ପଡୁଛି । ରାସ୍ତା ଖାଲଖମାରେ ପୂର୍ଣ୍ଣ ହୋଇଥିଲା ବେଳେ ଗୋଟିଏ ଗୋଟିଏ ସ୍ଥାନରେ ଏହା ଜଳାଶୟର ଭ୍ରମ ସୃଷ୍ଟି କରୁଛି । ଏହି ଜଳାଶୟ ସଦୃଶ ଖାଲ କେତେ ବେଳେ ଯେ କାହାର ଜୀବନ ନେବ ତାହା ମଧ୍ୟ କହି ହେବ ନାହିଁ । ହେଲେ ବିଭିନ୍ନ ବିଭାଗୀୟ ଅଧିକାରୀ ଏ ନେଇ ନିରବ । ରାସ୍ତା ମରାମତି କରିବାକୁ କୌଣସି ପଦକ୍ଷେପ ନ ନେବା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।
The post ବାଟବଣା ବିକାଶ, ଜିଲ୍ଲା ମୁଖ୍ୟାଳୟ ରାସ୍ତାରେ ଜଳାଶୟର ଭ୍ରମ appeared first on orissaleads.
News