ଯାଜପୁର ରାସ୍ତା ଉପରେ ଯୁବତୀଙ୍କୁ ଆକ୍ରମଣ, ପୋଲିସ ପଦକ୍ଷେପ ନେବା ଜରୁରୀ
ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ଯାଜପୁର ମୁଖ୍ୟ ରାସ୍ତା ଲଳିତେଶ୍ୱର ନଗର ନିକଟରେ ଜନୈକ ଯୁବତୀଙ୍କୁ ଜଣେ ଯୁବକ ମାଡ଼ ମାରିଥିବା ଦେଖିବାକୁ ମିଳିଛି । ଯୁବତୀ ଜଣକ ତାଙ୍କ ଅନ୍ୟଜଣେ ଯୁବତୀ ବାନ୍ଧବୀ ସହିତ ଗୋଖନା ଛକକୁ ଯାଉଥିଲା ବେଳେ ଯୁବକ ଜଣକ ଧରିଥିବା ଛତାରେ ଓ ହାତରେ ମାଡ଼ ମାରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ଅନ୍ୟ ଦୁଇଜଣ ଯୁବକ ଏକ ବାଇକରେ ସେଠାରେ ଉପସ୍ଥିତ ଥିଲେ । ମାଡ଼ ମାରି ତିନିଜଣ ଯାକ ସେଠାରୁ ଫେରାର ହୋଇ ଯାଇଥିଲେ। ଯୁବତୀ ଜଣକ କାନ୍ଦୁଥିଲା ବେଳେ ଏହାର ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରି ନଥିଲେ । ଏହା ପରେ ଯୁବକ ଜଣକ ପୁଣି କଲେଜ ଛକରେ ଯୁବତୀଙ୍କ ଉପରେ ଆକ୍ରମଣ କରିଥିବା ଜଣା ଯାଇଛି । ଯୁବତୀ ଜଣକଙ୍କ ଘର ମଙ୍ଗଳପୁର ସୁନିନ୍ଦା ଲକି ଛକ ହୋଇଥିଲା ବେଳେ ସେ ଯାଜପୁର ମେଡ଼ିକାଲ ଛକରେ ଥିବା ଗ୍ରାଣ୍ଡ ବଜାରରେ କାମ କରୁଥିବା ପ୍ରକାଶ କରିଛନ୍ତି । ଅପରପକ୍ଷେ ଯୁବକ ଜଣକର ନାମ ଶଙ୍କର ଦଳାଇ ଓ ତାର ଘର ମାଳହାଟ ବୋଲି ଯୁବତୀ ଜଣକ ପ୍ରକାଶ କରିଛନ୍ତି । ଭୟରେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବାକୁ ମନା କରୁଥିଲା ବେଳେ ଯୁବକ ତାଙ୍କୁ ବାରମ୍ବାର ଧମକ ଦେବା ସହିତ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି । ପୋଲିସ ଏ ନେଇ ପଦକ୍ଷେପ ନେବା ଜରୁରୀ ହୋଇଛି ।
The post ଯାଜପୁର ରାସ୍ତା ଉପରେ ଯୁବତୀଙ୍କୁ ଆକ୍ରମଣ, ପୋଲିସ ପଦକ୍ଷେପ ନେବା ଜରୁରୀ appeared first on orissaleads.
News