ସଡ଼କ ଦୁର୍ଘଟଣାରେ ଶିକ୍ଷୟିତ୍ରୀଙ୍କ ଦେହାନ୍ତ, ମୁଗୁପାଳରେ ଶୋକର ଛାୟା
ଓଡ଼ିଶା ଲିଡ୍ସ(ଯାଜପୁର):ଗତ ମଙ୍ଗଳବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ମୁଗୁପାଳ ଉଚ୍ଚବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସୁରେଖା ପଣ୍ଡାଙ୍କର ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା । ଦୁର୍ଘଟଣାରେ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ପ୍ରଥମେ ଯାଜପୁର ଓ ପରେ କଟକର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତି ୧୨ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆଜି ତାଙ୍କର ମରଶରୀରକୁ ତାଙ୍କର ଗ୍ରାମ ମୁଗୁପାଳ ଅଣାଯିବ । ତାଙ୍କ ଦେହାନ୍ତରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକ ପ୍ରକାଶ ପାଇଛି । ସେ ଅବିବାହିତ ଥିଲେ ।
The post ସଡ଼କ ଦୁର୍ଘଟଣାରେ ଶିକ୍ଷୟିତ୍ରୀଙ୍କ ଦେହାନ୍ତ, ମୁଗୁପାଳରେ ଶୋକର ଛାୟା appeared first on orissaleads.
News