କଟକ ଭଶାଣି ଗଣ୍ଡଗୋଳରେ ଆଉ ୪ ଗିରଫ, ଗିରଫ ସଂଖ୍ୟା ୧୩ରେ ପହଞ୍ଚିଲା

ଓଡ଼ିଶା ଲିଡ୍ସ(ବ୍ୟୁରୋ): କଟକ ଦୁର୍ଗାପୂଜା ଭଶାଣି ଗଣ୍ଡଗୋଳରେ ପୋଲିସ ଆଜି ଆଉ ୪ ଜଣଙ୍କୁ ଗିରଫ କରିଛି । ପୂର୍ବରୁ ପୋଲିସ ଏହି ମାମଲାରେ ୯ ଜଣଙ୍କୁ ଗିରଫ କରିଥିଲା । ଆଜିକୁ ମିଶାଇ ମୋଟ ଗିରଫ ସଂଖ୍ୟା ୧୩ରେ ପହଞ୍ଚିଥିଲା ବେଳେ ଆଗକୁ ଗିରଫ ସଂଖ୍ୟା ବଢିପାରେ ବୋଲି ସୂଚନା ମିଳିଛି । ପୁରା ସହର ଉପରେ ପୋଲିସ କଡା ନଜର ରଖିଛି ।

The post କଟକ ଭଶାଣି ଗଣ୍ଡଗୋଳରେ ଆଉ ୪ ଗିରଫ, ଗିରଫ ସଂଖ୍ୟା ୧୩ରେ ପହଞ୍ଚିଲା appeared first on orissaleads.

News