ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତା ସନ୍ଦେହ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭୁବନେଶ୍ୱର ଏମ୍ସରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ଖବର ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏମ୍ସର କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କ ଉପରେ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଜଣାଯାଇଛି। ସ୍କୁଟିରେ ଜଣେ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି ମାରି ହତ୍ୟା କରିଥିବା ସୂଚନା ମିଳିଛି ।

ଆଜି ସକାଳୁ ଏମ୍ସରୁ କାମସାରି ସୁଧାଂଶୁ ଫେରୁଥିଲା ବେଳେ ଏହି ଘଟଣା ଘଟିଛି । ଏହି ଘଟଣା ପରେ ସୁଧାଂଶୁଙ୍କ ଭାଇ ଆଉ ଜଣଙ୍କୁ ସନ୍ଦେହ କରି ଖଣ୍ଡାରେ ଆକ୍ରମଣ କରିଥିବା ସୂଚନା ମିଳିଛି।

The post ଏମ୍ସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତା ସନ୍ଦେହ appeared first on orissaleads.

News