ଉଚ୍ଚଶିକ୍ଷା ବିଭାଗରେ ଅଚଳାବସ୍ଥା ଦୂର କରିବେ ସରକାର, ଶୀଘ୍ର ନିଯୁକ୍ତି ପାଇବେ ସ୍ଥାୟୀ ଅଧ୍ୟାପକ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଉଚ୍ଚଶିକ୍ଷା କ୍ଷେତ୍ରରେ ଅଚଳାଵସ୍ଥା ଦୂର କରିବାକୁ ସରକାର ପଦକ୍ଷେପ ନେଉଛନ୍ତି । ଖୁବ୍ ଶୀଘ୍ର ବିଭିନ୍ନ କଲେଜରେ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ପାଇବେ । ସେ ନେଇ ପକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ହେଲେ ଏହା ପୂର୍ବରୁ ୨୦୨୫-୨୬ ବର୍ଷ ପାଇଁ ରାଜ୍ୟରେ ୪୮୮ ଏଵଂ ୬୬୨ ବର୍ଗ ସରକାରୀ ଅନୁଦାନପ୍ରାପ୍ତ କଲେଜମାନଙ୍କରେ ଅବସରପ୍ରାପ୍ତ ଅଧ୍ୟାପକ ଶିକ୍ଷାଦାନ କରିବେ ।

ସେ ଆହୁରି କହିଛନ୍ତି, ଯେଉଁମାନେ ଉଚ୍ଚଶିକ୍ଷା ପୋର୍ଟାଲ ଏଚଆଇଏମଏସରେ ଆସନ୍ତା ୩୧ ତାରିଖ ସୁଦ୍ଧା ଆବେଦନ କରିବେ ସେମାନଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ପୂର୍ବ ସରକାର ସମୟରୁ ରାଜ୍ୟରେ କଲେଜମାନଙ୍କରେ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଯାହାକୁ ପୂରଣ କରିବାପାଇଁ ସରକାର ପକ୍ରିୟା ଆରମ୍ଭ କରିଛନ୍ତି।

The post ଉଚ୍ଚଶିକ୍ଷା ବିଭାଗରେ ଅଚଳାବସ୍ଥା ଦୂର କରିବେ ସରକାର, ଶୀଘ୍ର ନିଯୁକ୍ତି ପାଇବେ ସ୍ଥାୟୀ ଅଧ୍ୟାପକ appeared first on orissaleads.

News