ବେଲୁଚିସ୍ତାନ ସମର୍ଥନରେ କହି ଆତଙ୍କବାଦୀ ୱାଚ୍ ଲିଷ୍ଟରେ ସଲମାନ ଖାନ
ଓଡ଼ିଶା ଲିଡ୍ସ(ବ୍ୟୁରୋ):ସଲମାନ ଖାନ ବେଲୁଚିସ୍ତାନକୁ ପାକିସ୍ତାନଠାରୁ ପୃଥକ ବୋଲି କହିବାରୁ ପାକିସ୍ତାନ ଅଭିନେତା ସଲମାନ ଖାନଙ୍କୁ ଆତଙ୍କବାଦୀ ୱାଚଲିଷ୍ଟରେ ରଖିଛି ପାକିସ୍ତାନ। ସଲମାନ ଖାନଙ୍କ ବେଲୁଚିସ୍ତାନ ଉପରେ ବୟାନକୁ ନେଇ ପାକିସ୍ତାନ ଚିହିଁକି ଉଠିଛି ।
ରିୟାଦ ଫୋରମରେ ଭାଷଣ ଦେବା ସମୟରେ ସଲମାନ ବେଲୁଚିସ୍ତାନ ବିଷୟରେ କହିଥିଲେ । ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ସଲମାନ ଖାନଙ୍କୁ ଦେଶର ଆତଙ୍କବାଦ ବିରୋଧୀ ଆଇନ ଅଧୀନରେ ସାମିଲ କରିଥିବା ଜଣାପଡ଼ିଛି। ଏହି ତାଲିକାରେ ସାଧାରଣତଃ ଉଗ୍ରବାଦୀ ସଂଗଠନ କିମ୍ବା ଉଗ୍ରବାଦୀ କାର୍ଯ୍ୟକଳାପ ସହିତ ଜଡିତ ଥିବା ସନ୍ଦେହ କରାଯାଉଥିବା ବ୍ୟକ୍ତିମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥାଏ ।
୨୦୨୫ ମସିହା ଅକ୍ଟୋବର ୧୬ ତାରିଖରେ ବେଲୁଚିସ୍ତାନ ସରକାରଙ୍କ ଗୃହ ବିଭାଗ ଏକ ବିଜ୍ଞପ୍ତିରେ ସଲମାନ ଖାନଙ୍କୁ “ଆଜାଦ ବେଲୁଚିସ୍ତାନର ସହଭାଗୀ” ବୋଲି କହିଥିଲା । ଏହାର ଅର୍ଥ ହେଉଛି ସଲମାନ ଖାନ ବେଲୁଚିସ୍ତାନର ସ୍ୱାଧୀନତାକୁ ସମର୍ଥନ କରୁଛନ୍ତି ।
ରିୟାଦରେ ଏକ କାର୍ଯ୍ୟକ୍ରମରେ ସଲମାନ ଖାନ ବେଲୁଚିସ୍ତାନକୁ ପାକିସ୍ତାନଠାରୁ ପୃଥକ ବୋଲି ବର୍ଣ୍ଣନା କରିଥିଲେ, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା।
ସାଉଦି ଆରବରେ ଫିଲ୍ମ ଚାଲିବା ବିଷୟ କହିଲା ବେଳେ ଏଠାରେ ବେଲୁଚିସ୍ତାନର ଲୋକ ଅଛନ୍ତି, ଆଫଗାନିସ୍ତାନର ଲୋକ ଅଛନ୍ତି, ପାକିସ୍ତାନର ଲୋକ ଅଛନ୍ତି, ସମସ୍ତେ ଏଠାରେ କାମ କରୁଛନ୍ତି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଶାହରୁଖ ଖାନ ଏବଂ ଆମିର ଖାନ ମଧ୍ୟ ଉପସ୍ଥିତ ଥିଲେ। ସଲମାନଙ୍କ ଏହି ବୟାନକୁ ପାକିସ୍ତାନ ଅଧିକାରୀ ଏବଂ ରାଜନୈତିକ ସମୀକ୍ଷକମାନେ ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ବୋଲି କହିଛନ୍ତି ।
The post ବେଲୁଚିସ୍ତାନ ସମର୍ଥନରେ କହି ଆତଙ୍କବାଦୀ ୱାଚ୍ ଲିଷ୍ଟରେ ସଲମାନ ଖାନ appeared first on orissaleads.
News