ବିଶ୍ୱକପ ବିଜୟୀ ଭାରତୀୟ ମହିଳା ଦଳକୁ ଇଂ ପ୍ରୀତିରଞ୍ଜନଙ୍କ ଶୁଭେଚ୍ଛା
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତୀୟ ମହିଳା କ୍ରିକେଟ ଟିମ ବିଶ୍ୱକପ ବିଜୟୀ ହୋଇଛି । ଭାରତୀୟ ମହିଳା ଦଳର ଏହି ସ୍ମରଣୀୟ ବିଜୟକୁ ନେଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଭାରତୀୟ ମହିଳା କ୍ରିକେଟ ଦଳର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଇଂ ଘଡାଇ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳ ବିଶ୍ୱକପ ବିଜୟୀ ହୋଇ ସାରା ଦେଶକୁ ଗର୍ବିତ କରିଛି । ମହିଳା ଦଳ ଉଚ୍ଚକୋଟିର କ୍ରୀଡା ନୈପୁଣ୍ୟ ଦେଖାଇ ବିଶ୍ୱକପ ଜିତି ଦେଶବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନକୁ ସାକାର କରିଛି ।
The post ବିଶ୍ୱକପ ବିଜୟୀ ଭାରତୀୟ ମହିଳା ଦଳକୁ ଇଂ ପ୍ରୀତିରଞ୍ଜନଙ୍କ ଶୁଭେଚ୍ଛା appeared first on orissaleads.
News