ସୁନା ହରିଣରେ ଲାଗିଲାଣି କଳଙ୍କି, କାହାର ନଜର ନାହିଁ
ଓଡ଼ିଶା ଲିଡ୍ସ(ଯାଜପୁର): ଆଜକୁ କିଛିବର୍ଷ ପୂର୍ବରୁ କାରଖାନାର ବିଭିନ୍ନ ଭଙ୍ଗା ଯନ୍ତ୍ରାଂଶରୁ ନିର୍ମାଣ ହୋଇଥିବା ହରିଣ ଯାଜପୁର କିଆନାଳି କୂଳ ଛକରେ ସ୍ଥାପନ ହୋଇଥିଲା । ସୁନା ରଙ୍ଗ ଦିଆଯାଇ ସ୍ଥାପନ ହୋଇଥିବା ଏହି କଳାକୃତି ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ବେଶ କିଛି ଲୋକ ଏହାକୁ ଦେଖିବାକୁ ଧାଡି ଲଗାଉଥିଲେ । ଏବେ ମଧ୍ୟ ଏହା ସହରକୁ ଆସୁଥିବା ଲୋକଙ୍କୁ ଆକର୍ଷିତ କରୁଛି । ପ୍ରଶାସନ ପକ୍ଷରୁ ସ୍ଥାପନ ହୋଇଥିବା ଏହି କଳାକୃତିର ରକ୍ଷଣାବେକ୍ଷଣ ପ୍ରତି ଆଉ କାହାର ନଜର ନାହିଁ । ଫଳରେ ଏବେ ଏହି ହରିଣରେ କଳଙ୍କି ଲାଗିବା ଆରମ୍ଭ କଲାଣି । କଳଙ୍କି ହରିଣର ବେଶ କିଛି ଅଂଶରେ ଲାଗି ସାରିଛି । ମରାମତି ହୋଇ ନୂତନ ଭାବେ ରଙ୍ଗ ଦିଆ ନଗଲେ ଏହା ଖୁବ ଶୀଘ୍ର ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହାକୁ ନୂତନ ଭାବେ ରଙ୍ଗ କରିବାକୁ ବୁଦ୍ଧିଜୀବି ଦାବି କରିଛନ୍ତି ।
The post ସୁନା ହରିଣରେ ଲାଗିଲାଣି କଳଙ୍କି, କାହାର ନଜର ନାହିଁ appeared first on orissaleads.
News