ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ନିନ୍ଦନୀୟ ଓ ଅମାନବୀୟ- ଇଂ ପ୍ରୀତିରଞ୍ଜନ ଘଡାଇ

ଓଡ଼ିଶା ଲିଡ୍ସ(ବ୍ୟୁରୋ): କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଏହି ମୃତ ପର୍ଯ୍ୟଟକଙ୍କ ମଧ୍ୟରେ ଦୁଇ ବିଦେଶୀ ପର୍ଯ୍ୟଟକ ରହିଥିଲା ବେଳେ ଓଡ଼ିଶାର ଜଣେ ପର୍ଯ୍ୟଟକ ରହିଥିବା ଜଣା ଯାଇଛି । ଏଭଳି ଖବର ସାରା ଦେଶକୁ ସ୍ତବ୍ଧ କରିଥିଲା ବେଳେ ଏହାକୁ କଡା ନିନ୍ଦା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ। ଇଂ ଘଡାଇ କହିଛନ୍ତି ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଏହି ଆକ୍ରମଣ ନିନ୍ଦନୀୟ ଓ ଅମାନବୀୟ । ଏହାକୁ ଯେତେ କଡା ଶବ୍ଦରେ ନିନ୍ଦା କଲେ ମଧ୍ୟ କମ ହେବ । ନିରୀହ ଲୋକଙ୍କ ଉପରେ ଆକ୍ରମଣ କରି ଭୀରୁତାର ପରିଚୟ ଦେଉଛନ୍ତି ଆତଙ୍କବାଦୀ । ପର୍ଯ୍ୟଟକ ମାନେ ଖୁସି ମନରେ ବୁଲିବାକୁ ଯାଇଥିଲା ବେଳେ ସେମାନଙ୍କ ଉପରେ ଆକ୍ରମଣ ସୁରକ୍ଷା ଵ୍ୟଵସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହା ସହିତ ଇଂ ଘଡାଇ ମୃତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଓଡ଼ିଶାର ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀ ଏହି ଆକ୍ରମଣରେ ମୃତ୍ୟୁ ବରଣ କରିଥିଲା ବେଳେ ତାଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ଇଂ ଘଡାଇ ।

The post ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ନିନ୍ଦନୀୟ ଓ ଅମାନବୀୟ- ଇଂ ପ୍ରୀତିରଞ୍ଜନ ଘଡାଇ appeared first on orissaleads.

News