ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ କଲେଜକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ଛୁଟି ଘୋଷଣା କରିଛନ୍ତି । ଅସନ୍ତା କାଲିଠାରୁ ଏହା ଲାଗୁ ହେବ । ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏହି ନିୟମ ପାଳନ କରିବେ । ଏ ନେଇ ରାଜ୍ୟ ସରକାରଙ୍କ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି । ଅପରପକ୍ଷେ ପୂର୍ବ ସୂଚୀ ଅନୁଯାୟୀ ପରୀକ୍ଷା ହେବ ବୋଲି ଘୋଷଣା ହୋଇଛି । ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି ।

The post ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ କଲେଜକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର appeared first on orissaleads.

News