ଶ୍ରମିକ ମାନଙ୍କ ଅବଦାନ ଯୋଗୁ କଳିଙ୍ଗ ନଗର ଆଜି ନୂଆ ପରିଚୟ ପାଇଛି- ଇଂ ପ୍ରୀତିରଞ୍ଜନ
ଓଡ଼ିଶା ଲିଡ୍ସ(ଯାଜପୁର): ଶ୍ରମିକ ମାନଙ୍କ ଅବଦାନ ଯୋଗୁ କଳିଙ୍ଗ ନଗର ଆଜି ନୂଆ ପରିଚୟ ପାଇଛି । ଶ୍ରମିକ ମାନଙ୍କ ନିଷ୍ଠା, ପରିଶ୍ରମ ଏବଂ ସମର୍ପଣ ଭାବକୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ । ଶ୍ରମିକ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ କଳିଙ୍ଗ ନଗର ଆଜି ଏସିଆ ମହାଦେଶର ଇସ୍ପାତ ରାଜଧାନୀ ଭାବେ ପରିଗଣିତ ହେଉଛି। କଳିଙ୍ଗ ନଗର ମଜଦୁର ୟୁନିୟନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହିତ ସମସ୍ତ ଶ୍ରମିକ ଭାଇ ଭଉଣୀଙ୍କୁ ଶ୍ରମିକ ଦିବସର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଶୁଖ ସମୃଦ୍ଧି କାମନା କରୁଛି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସମାରୋହରେ କଳିଙ୍ଗ ନଗର ମଜଦୁର ୟନିୟନ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ, ସାଧାରଣ ସମ୍ପାଦକ ଆଝାର ଏହେମଦ ଖାଁ, ରୁଦ୍ର ନାରାୟଣ ଦାସ, ଦାନଗଦି ବ୍ଲକ ଅଧ୍ୟକ୍ଷା, ତିନି ଜିଲ୍ଲା ପରିଷଦ ସଭ୍ୟା ଓ ସଂଘର ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ଥିଲେ।
The post ଶ୍ରମିକ ମାନଙ୍କ ଅବଦାନ ଯୋଗୁ କଳିଙ୍ଗ ନଗର ଆଜି ନୂଆ ପରିଚୟ ପାଇଛି- ଇଂ ପ୍ରୀତିରଞ୍ଜନ appeared first on orissaleads.
News