ମଲ୍ଲିକାପୁର-ମାନସା ପୋଲ ରାସ୍ତା, ତିନିଟି ସ୍ଥାନରେ ହମ୍ପସ ନିର୍ମାଣ ଦାବି
ଓଡ଼ିଶା ଲିଡ୍ସ(ଯାଜପୁର): ଜିଲ୍ଲାର ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା ହେଉଛି ୨୦ ନମ୍ବର ଜାତୀୟ ରାଜପଥ । ଏହି ରାସ୍ତା ଜିଲ୍ଲା ସଦର ମହକୁମା ଦେଇ ଯାଇଥିଲା ବେଳେ ଦୈନିକ ହଜାର ହଜାର ସଂଖ୍ୟାରେ ଭାରିଯାନ ଠାରୁ ନେଇ ବାଇକ ପର୍ଯ୍ୟନ୍ତh ଏହି ରାସ୍ତାରେ ଗତାଗତ କରୁଛି । ମାନସା ପୋଲ ଠାରୁ ମଲ୍ଲିକାପୁର ପର୍ଯ୍ୟନ୍ତ ରାସ୍ତା ଏବେ ମରାମତି ହୋଇ ପୁନର୍ବାର ପିଚୁ ହେଉଛି । ପିଚୁ ସମୟରେ ମାନସା ପୋଲ ଠାରୁ ମଲ୍ଲିକାପୁର ମଧ୍ୟରେ ଥିବା ତିନିଟି ପ୍ରମୁଖ ଛକରେ ହମ୍ପସ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି । ଏହି ରାସ୍ତାର କଲେଜ ଛକ, ଲଳିତେଶ୍ୱର ନଗରY ଓ ମାନସା ପୋଲ ଛକରେ ହମ୍ପସ ନିର୍ମାଣ ନ ହେଲେ ଏଠାରେ ଯେ କୌଣସି ସମୟରେ ଦୁର୍ଘଟଣାର ଆଶଙ୍କା ରହିଛି । କଲେଜ ଛକରେ ତିନି ଦିଗକୁ ରାସ୍ତା ଯାଇଥିଲା ବେଳେ ଲଳିତେଶ୍ୱର ନଗର ବଉଳ ମୂଳ ଛକ ଓ ମାନସା ପୋଲ ଛକରେ ଚାରି ଦିଗକୁ ରାସ୍ତା ଯାଇଛି । ସବୁ ସମୟରେ ଏଠାରେ ଲୋକେ ରାସ୍ତା ପାର ହେଉଥିଲା ବେଳେ ବହୁ ସମୟରେ ଛୋଟ ଛୋଟ ପିଲା ମଧ୍ୟ ରାସ୍ତା ପାର ହେଉଛନ୍ତି । ଏହି ରସତ ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ ମଧ୍ୟ ଗତାଗତ କରୁଛନ୍ତି । ସମସ୍ତଙ୍କ ସୁରକ୍ଷାକୁ ନଜର ଦେଇ ଏହି ଛକ ଗୁଡିକରେ ବିଭାଗ ପକ୍ଷରୁ ହମ୍ପସ ନିର୍ମାଣ କରିବାକୁ ପଦକ୍ଷେପ ନେବାକୁ ଯୁବ ସମାଜସେବୀ ଦେବଦତ୍ତ ଦାସ ଦାବି କରିଛନ୍ତି ।
The post ମଲ୍ଲିକାପୁର-ମାନସା ପୋଲ ରାସ୍ତା, ତିନିଟି ସ୍ଥାନରେ ହମ୍ପସ ନିର୍ମାଣ ଦାବି appeared first on orissaleads.
News