ଭାରତୀୟ ସେନାର ବିରତ୍ୱକୁ ନେଇ ଦେଶବାସୀ ଗର୍ବିତ: ରାଜନାଥ ସିଂ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଜମ୍ମୁ ଓ କାଶ୍ମୀରରେ ଭାରତୀୟ ଯବାନ ମାନେ ଯେଉଁ ଭଳି ବୀରତ୍ବର ସହ ଷ୍ଟ୍ରାଇକ କରିଛନ୍ତି ତାହା ପ୍ରସଂଶନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଆମ ସହିତ ଯିଏ ଲାଗିବ ସେ ମରିବ।
ପହଲଗାମ ଆତଙ୍କୀ ହମଲାରେ ୨୬ ଜଣଙ୍କ ମୃତ୍ୟୁର ପ୍ରତିଶୋଧ ନେଇ ଭାରତୀୟ ସେନା ପକ୍ଷରୁ କରାଯାଇଥିବା “ଅପରେସନ ସିନ୍ଦୁର”ର ପ୍ରଶଂସାରେ ଶତମୁଖ ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବୁଧବାର ସକାଳେ ଭାରତୀୟ ସେନା ପକ୍ଷରୁ ପ୍ରେସ ମିଟ କରାଯାଇ ଅପରେସନ ସିନ୍ଦୁର ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ପ୍ରେସ ମିଟରେ ଭାରତୀୟ ସେନା ପକ୍ଷରୁ କଲୋନେଲ ସୋଫିଆ କ୍ୟୁରେସୀ, ବାୟୁସେନା ପକ୍ଷରୁ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ ଓ ବୈଦେଶିକ ସଚିବ ବିକ୍ରମ ମିଶ୍ର ମିଳିତ ଭାବେ ଆକ୍ରମଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।
ଆକ୍ରମଣ ପରେ ପ୍ରଥମ ଥର ମିଡିଆ ସମ୍ମୁଖକୁ ଆସି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ସେନାର ସୌର୍ଯ୍ୟ ଓ ପରାକ୍ରମକୁ ପ୍ରଶଂସା କରିଥିଲେ।
The post ଭାରତୀୟ ସେନାର ବିରତ୍ୱକୁ ନେଇ ଦେଶବାସୀ ଗର୍ବିତ: ରାଜନାଥ ସିଂ appeared first on orissaleads.
News