ପୋଲିସ ପଦକ୍ଷେପ ନ ନେଲେ ଥାନା ଘେରିବ ମହିଳା ବିଜେଡି

ଓଡ଼ିଶା ଲିଡ୍ସ(ଯାଜପୁର): ଗତ ମାସ ୨୨ ତାରିଖ ଓ ୨୩ ତାରିଖ ଦିନ କେଟିଏଲ କ୍ୟାମ୍ଫରେ ଦିବ୍ୟାଙ୍ଗ ମହିଳା ଶିକ୍ଷତ୍ରୀଙ୍କୁ ଆକ୍ରମଣ ସହ ତାଙ୍କ ନାବାଳିକା ଝିଅକୁ ବନ୍ଧୁକ ଦେଖାଇ ଦୁଷ୍କର୍ମ କରିବାକୁ ଖୋଲା ଧମକ ଦେବା ଭଳି ସାଙ୍ଘାତିକ ଅଭିଯୋଗ କାଳିଆପାଣି ଥାନାରେ ହେବା ପରେ କାଳିଆପାଣି ପୋଲିସ ନିରବ ବସିଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଅଭିଯୁକ୍ତ ଦିନେଶ ବେହୁରା ଏବଂ ତାଙ୍କ ପୁଅ ଉପରେ କାଳିଆପାଣି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ । ଯାହାକୁ ନେଇ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଜି ଏହାକୁ ବିରୋଧ କରିବା ସହ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମ ରେ ଏହାକୁ ଦୃଢ଼ ନିନ୍ଦା କରି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବୀ କରିଛନ୍ତି । ଜଦି ଆଗାମି ଦିନରେ କାଳିଆପାଣି ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନ କରନ୍ତି ତେବେ କାଳିଆପାଣି ଥାନା ଘେରାଉ କରିବାକୁ ଚେତାବନୀ ଦେଇଛି ବିଜୁ ମହିଳା ଜନତା ଦଳ ।

The post ପୋଲିସ ପଦକ୍ଷେପ ନ ନେଲେ ଥାନା ଘେରିବ ମହିଳା ବିଜେଡି appeared first on orissaleads.

News