ଭାରତ ପ୍ରଚଣ୍ଡ ଆକ୍ରମଣରେ ମୁଣ୍ଡ ନୁଆଁଇଲା ପାକିସ୍ତାନ, ଆଜି ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି

ଓଡ଼ିଶା ଲିଡ୍ସ(ବ୍ୟୁରୋ):ପହଲଗାମ ସନ୍ତ୍ରସବାଦୀ ଆକ୍ରମଣର ପ୍ରଚଣ୍ଡ ଜବାବ ପାକିସ୍ତାନକୁ ଦେଇଛି ଭାରତ । ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଆକ୍ରମଣରେ ବ୍ୟାପକ କ୍ଷତି ସହିଲା ପରେ ପାକିସ୍ତାନ ପଛ ଘୁଞ୍ଚା ଦେଇଛି । ଅସ୍ତ୍ରବିରତି ପାଇଁ ପାକିସ୍ତାନ ପକ୍ଷରୁ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା । ଦୁଇ ଦେଶର ଡିଜିଏମଓ ସ୍ତରରେ ଆଲୋଚନା ପରେ ଆଜି ସଂଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଛି । ଏହା ସହିତ ଆସନ୍ତା ୧୨ ତାରିଖରେ ଉଭୟ ଦେଶ ପକ୍ଷରୁ ବୈଠକ ହେବା ନେଇ ନିଷ୍ପତ୍ତି ହୋଇଛି । ଫଳରେ ଉଭୟ ଦେଶ ଆଜି ସଂଧ୍ୟା ପରଠାରୁ କେହି କାହା ଉପରେ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରିବେ ନାହିଁ ବୋଲି ନିଷ୍ପତି ହୋଇଛି । ୩ଦିନର ଆକ୍ରମଣରେ ପାକିସ୍ତାନର ବ୍ୟାପକ କ୍ଷତି ହେବା ପାକିସ୍ତାନକୁ ଚିନ୍ତାରେ ପକାଇବା ପରେ ମୁଣ୍ଡ ନୁଆଁଇବାକୁ ବାଧ୍ୟହୋଇଛି । ଭାରତ ଆକ୍ରମଣ ସମୟରେ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଥିଲା । ଏହି ଆକ୍ରମଣରେ ବହୁ ହାର୍ଡକୋର ଆତଙ୍କୀ ମୃତ୍ୟୁ ବରଣ କରିଥିଲେ । ହେଲେ ପାକିସ୍ତାନ ଏହି ମୃତ ଆତଙ୍କବାଦୀ ମାନଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦେଇଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ସବାଧାର ଉପରେ ପାକିସ୍ତାନ ପତାକା ପକା ଯାଇଥିଲା । ଏହା ସ୍ପଷ୍ଟ କରିଥିଲା ଯେ ଆତଙ୍କବାଦୀ କାର୍ଯ୍ୟକଳାପରେ ପାକିସ୍ତାନ କିଭଳି ସହଯୋଗ କରିଥାଏ । ଅନ୍ୟ ପକ୍ଷରେ ଭାରତ ଆକ୍ରମଣ କରିବା ସମୟରେ ପାକିସ୍ତାନରେ ଗୃହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗୋଟିଏ ପଟେ ଭାରତ ପାକିସ୍ତାନ ଉପରେ ପ୍ରଚଣ୍ଡ ଆକ୍ରମଣ କରୁଥିଲା ବେଳେ ବଲୁଚ ବିଦ୍ରୋହୀ ପାକିସ୍ତାନ ସେନା ଉପରେ ଆକ୍ରମଣ ଆରମ୍ଭ କରିଥିଲା । ତାଲିବାନ ପକ୍ଷରୁ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ମିଳିଥିଲା । ବିଭିନ୍ନ ଦିଗରୁ ଆକ୍ରମଣ ବଢିବା ଦ୍ୱାରା ପାକିସ୍ତାନ ଭାରତ ଆଗରେ ମୁଣ୍ଡ ନୂଆଁବା କୁ ବାଧ୍ୟ ହୋଇଛି ।

The post ଭାରତ ପ୍ରଚଣ୍ଡ ଆକ୍ରମଣରେ ମୁଣ୍ଡ ନୁଆଁଇଲା ପାକିସ୍ତାନ, ଆଜି ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି appeared first on orissaleads.

News