ଭିଜିଲାନ୍ସ ପଞ୍ଝାରେ ଧର୍ମଶାଳା ଅତିରିକ୍ତ ବିଡ଼ିଓ, ଏକ କାଳୀନ ୭ଟି ଜାଗାରେ ରେଡ଼
ଓଡ଼ିଶା ଲିଡ୍ସ(ଯାଜପୁର): ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକର ଅତିରିକ୍ତ ବିଡ଼ିଓ ଅସିତ ପାତ୍ର । ଏକକାଳୀନ ୭ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଥିବା ସୂଚନା ମିଳିଛି ।
ଯାଜପୁର, ଭଦ୍ରକ, କଟକ ଓ ଭୁବନେଶ୍ବର ଚଢ଼ାଉ କରାଯାଉଥିଲା ବେଳେ ଚଢ଼ାଉରେ ୮ ଜଣ ଡ଼ିଏସପି ଓ ୯ ଜଣ ଇନ୍ସପେକ୍ଟର ସାମିଲ ଥିବା ଜଣା ଯାଇଛି । ଦୀର୍ଘ ବର୍ଷ ହେଲା ଧର୍ମଶାଳା ବ୍ଲକରେ କାର୍ଯ୍ୟ କରୁଥିଲା ବେଳେ ତାଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ରହିଥିଲା ।
The post ଭିଜିଲାନ୍ସ ପଞ୍ଝାରେ ଧର୍ମଶାଳା ଅତିରିକ୍ତ ବିଡ଼ିଓ, ଏକ କାଳୀନ ୭ଟି ଜାଗାରେ ରେଡ଼ appeared first on orissaleads.
News